ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଂଲଘନ: ଉତର କାଶ୍ମୀରର ଗୁରେଜ ସେକ୍ଟରରେ ଗୁଳିମାଡ଼, ୪ ଯବାନ ସହିଦ୍

22

କନକ ବ୍ୟୁରୋ : ପୁଣି ଥରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଯବାନ । ପାକିସ୍ତାନ ପଟୁ ଆତଙ୍କବାଦୀମାନେ ପୁଣି ଥରେ ଭାରତୀୟ ଯବାନଙ୍କ ଉପରକୁ ଗୁଳିଚାଳଣା କରିଥିବାର ସୂଚନା ମିଳିଛି । ଏହି ଘଟଣାଟି ଜାମୁକାଶ୍ମୀରର ବାନ୍ଦିପୋରା ନିକଟରେ ହୋଇଛି । ତେବେ ଏହି ଘଟଣାରେ ଭାରତର ୪ଜଣ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଭାରତୀୟ ଯବାନଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଆତଙ୍କବାଦୀମାନେ ଏକ ଜଙ୍ଗଲରେ ଲୁଚିରହିଥିବା ସୂଚନା ସେନା ପାଇଥିଲା ପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ପ୍ରଥମେ ଆତଙ୍କବାଦୀମାନେ ସେନା ଉପରକୁ ଗୋଳିମାଡ କରିଥିଲେ ତେଣୁ ସେମାନଙ୍କୁ ପାଲଟା ଜବାବ ସେନା ଦେଇଥିଲା ।

ଯେଉଁଥିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲେ । ସେନା ଦେଇଥିବା ସୂଚନା ଅନୁସାରେ ସେମାବାର ଦିନ ସନ୍ଧ୍ୟାପରେ ହିଁ ଆତଙ୍କବାଦୀମାନେ ଗୋଳିମାଡ ଆରମ୍ଭ କରିହେଇଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ସୀମାରେ ଗୋଲିବିନିମୟ ଜାରି ରହିଛି । ୨୦୦୩ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏହି ସ୍ଥାନରେ ପ୍ରଥମଥର ଲାଗି ପାକିସ୍ତାନ ପଟୁ ଏପରି ଭାବରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଭାରତ । ତେବେ ବାରମ୍ବାର ପାକିସ୍ତା ପଟରି ହିଁ ଭାରତ ସୀମାରେ ଗୋଳିବର୍ଷା କରାଯାଉଛି ଯେଉଁଥିରେ ଅନେକ ସାଧାରଣ ଲୋକଙ୍କ ସହ ଯବାନମାନେ ପ୍ରାଣ ହରାଉଛନ୍ତି । ତେବେ ଆଗାମୀ ଅଗଷ୍ଟ ୧୫ରେ ଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଆତଙ୍କବଦୀମାନେ ପ୍ରସ୍ତୁତ ହେଉଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ତେଣୁ ସୀମାରେ ସେନା ଆତଙ୍କବାଦୀଙ୍କୁ ମୁହଁତୋଡ ଯବାବ ଦେଉଥିବା ସେନାର ଜଣେ ବରିଷ୍ଠ ଅଧୀକାରୀ ସୂଚନା ଦେଇଛନ୍ତି ।