ଅଶାନ୍ତ ଏଲଓସି : ସୀମା ଟପିଲା ପାକିସ୍ତାନର ବର୍ବରତା

43

କନକ ବ୍ୟୁରୋ : ଅଶାନ୍ତ ହୋଇପଡିଛି ଏଲଓସି । ସୀମା ଟପିଛି ପାକିସ୍ତାନର ବର୍ବରତା । ଜମ୍ମୁ କାଶ୍ମୀରର ମଛିଲ ସେକ୍ଟରରେ ପାକିସ୍ତାନ ସେନାଙ୍କ ଆକ୍ରମଣରେ ତିନି ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କୁ ଅତି ବିଭତ୍ସଭାବେ କ୍ଷତବିକ୍ଷତ କରିଛି ପାକ୍ ସେନା । ସହିଦ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରିଛି ଭାରତ ସେନା । ଏହି ବର୍ବରତା ପାକିସ୍ତାନ ବର୍ଡର ଆକ୍ସନ ଟିମ ବା ବ୍ୟାଟ କରିଥିବା କୁହାଯାଉଛି ।

ସହିଦଙ୍କ ମୃତଦେହ ସହ ପାକ୍ ସେନାର ବର୍ବରତାକୁ ନେଇ ଭାରତୀୟ ଯବାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ସୀମାରେ ଉତେଜନାକୁ ତୀବ୍ର କରିଛି । ଭାରତୀୟ ସେନା ପକ୍ଷରୁ ବିବୃତି ଜାରି କରି କୁହାଯାଇଛି, ପାକିସ୍ତାନର ଏଭଳି ବର୍ବରତାର ଉଚିତ ଜବାବ ଦିଆଯିବ । ଏ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଛି ।