ବିମୁଦ୍ରାକରଣ ବିରୋଧରେ ଏକାଠି ହେଇଛନ୍ତି ବିରୋଧୀ : ସଂସଦ ପରିସରର ଗାନ୍ଧି ମୂର୍ତି ତଳେ ଦେଲେ ଧାରଣା

25

କନକ ବ୍ୟୁରୋ : ବିମୁଦ୍ରାକରଣ ନେଇ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିରୋଧି । ସଂସଦ ପରିସରରେ ଗାନ୍ଧି ମୂର୍ତି ସମ୍ମୁଖରେ ପ୍ରାୟ ୧୨ଟି ଦଳର ପାଖାପାଖି ୨୦୦ଜଣ ସାଂସଦ ଧାରଣା ଦେଇଛନ୍ତି । ଏହାସହ ମୋଦି ସରକାରକୁ ବିରୋଧ କରି ଜନ୍ତରମନ୍ତରରେ ଧାରଣା ଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଅନ୍ୟ ଦଳ ଗୁଡିକୁ ମଧ୍ୟ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ମୁଖମନ୍ତ୍ରୀ ମମତା ବାନାର୍ଜି ଆହ୍ୱାନ ଦେଇଛନ୍ତି ।

ବିମୁଦ୍ରାକରଣର ବିରୋଧ କରିବା ପାଇଁ ସବୁ ଦଳ ଦଳୀୟ ପତାକା ବଦଳରେ ଜାତୀୟ ପତାକା ବ୍ୟବହାର କରିବେ ।ସେପଟେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛି କଂଗ୍ରେସ । ଯଦି ରାଷ୍ଟ୍ରପତି ସମୟ ଦିଅନ୍ତି ତାହେଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ମଧ୍ୟ କଂଗ୍ରେସ ନିଜର ଦାବି ଉପସ୍ଥାପନ କରିବ।

ସଂଧ୍ୟା୪ଟାରେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରୁ ଏକ ରାଲି ବାହାରି ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯିବ । ଏହାସହ ରାଜ୍ୟସଭା ଓ ଲୋକସଭାରେ ମଧ୍ୟ ସାଂସଦ ମାନେ ମୋଦି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ବିମୁଦ୍ରାକରଣ ନେଇ ହେଉଥିବା ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତୁ ବୋଲି ବିରୋଧି ଦାବି କରିଛନ୍ତି ।