ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

38

bridge collapsedକନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ନବୀନଙ୍କ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ସେହିଭଳି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ତେବେ ସବୁଠାରୁ ଦୁଃଖଦ ଘଟଣା ହେଉଛି ନିଜ ଝିଅକୁ ଡ୍ୟାନ୍ସ କ୍ଲାସରୁ ନେଇ ଘରକୁ ଫେରୁଥିବା ବେଳେ, ମୃତ୍ୟୁର ଶିକାର ହୋଇଛନ୍ତି ଝାରପଡ଼ା ନିବାସୀ ସତ୍ୟ ପଟ୍ଟନାୟକ । ଝିଅ ଶୀତଳ ଗୁରୁତର ଆହତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନସାରେ ଦୁର୍ଘଟଣାକୁ ନେଇ ଆସନ୍ତାକାଲି ୨ଟି ଟିମ ଘଟଣାର ତଦନ୍ତ କରିବେ। ପୂର୍ତ୍ତ ବିଭାଗ ସଚିବ ନଳୀନିକାନ୍ତ ପ୍ରଧାନ ଏହି ସୂଚନା ଦେଇଛନ୍ତି । ପଣ୍ଡା ଇନଫ୍ରାଷ୍ଟକ୍ଚର କମ୍ପାନି ଫ୍ଲାଏ ଓଭର ବ୍ରିଜର ଠିକାଦାର ସଂସ୍ଥା ଥିଲା। ୨୦୧୬ରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ।

WhatsApp Image 2017-09-10 at 1.28.43 PMଆଜି ବମିଖାଲଠାରେ ଭୁଶୁଡି ପଡିଛି ନିର୍ମାଣାଧୀନ ବ୍ରିଜ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବ୍ରିଜ୍ ତଳେ ଏକାଧିକ ଚାପି ହୋଇଥିବା ଅନୁମାନ କରାଯାଉଛି । ଆହତଙ୍କ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହା ସହ ଉଦ୍ଧାର ପାଇଁ ନିଆଯାଇଛି ସନ୍ଧାନୀ କୁକୁରର ସାହାଯ୍ୟ । ନିମ୍ନମାନର କାମ ଯୋଗୁଁ ବ୍ରିଜ୍ ଭୁଶୁଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ସହକାରୀ ଯନ୍ତ୍ରୀ କିଶୋର ରାଉତ ସସ୍‌ପେଣ୍ଡ୍‌ କରାଯାଇଛି ।