ଓଡିଆରେ ହେଉ ବିଧାନସଭାର ସବୁ କାମ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଗୃହର ସମସ୍ତ କାର୍ଯ୍ୟାବଳୀକୁ ଓଡିଆରେ କରିବାକୁ ଦାବି
କନକ ବ୍ୟୁରୋ: ଓଡିଆରେ ହେଉ ବିଧାନସଭାର ସବୁ କାମ । ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡିଆର ଲେଖାଯାଉ ଆଉ କରାଯାଉ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିଧାନସଭାର ସମସ୍ତ କାର୍ଯ୍ୟ ଓ ସରକାରୀ କାର୍ଯ୍ୟାବଳୀକୁ ଓଡିଆରେ କରିବାକୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଓଡିଆ ଭାଷା ଓଡିଶାର ସ୍ୱାଭିମାନ ହୋଇଥିବାରୁ ଏହି ଭାଷାରେ ସମସ୍ତେ ନିଜ ମତ ପରିପ୍ରକାଶ କରନ୍ତି । ମାତ୍ର ପରିତାପର ବିଷୟ ଯେ ବିଧାନସଭା କିମ୍ବା ଲୋକସେବା ଭବନରେ ଅନେକ କାମ ଓଡିଆରେ ହେଉନାହିଁ । ଯାହା ଫଳରେ ସାଧାରଣ ଲୋକଟିଏ ନିଜ ସୁବିଧା ଅସୁବିଧା ଜାଣିପାରୁନି କି କହି ପାରୁନି ବୋଲି ପ୍ରଦୀପ୍ତ କହିଛନ୍ତି । ତେବେ ବିଧାନସଭାରେ ବିରୋଧୀଙ୍କ ଦାବି ପରେ ବିଧେୟକ, ବିବୃତି, ବିଜ୍ଞପ୍ତି ଆଦି ଓଡିଆରେ ପ୍ରକାଶ କରାଯାଉଥିବା ବେଳେ । ଅନେକ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ ଏବଂ ଅଧ୍ୟାଦେଶ ଆଦି ଓଡିଆରେ ପ୍ରକାଶ ହେଉନାହିଁ ।
ସେପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ବିବୃତି କଥା ମଧ୍ୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ । ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିବୃତି ରଖୁଥିବାରୁ ଅନେକ ବିଧାୟକମାନେ ମଧ୍ୟ ନିଜ ମତ ଇଂରାଜୀରେ ରଖୁଛନ୍ତି ତେଣୁ ସମସ୍ତେ ଓଡିଆରେ ବିବୃତି ରଖିବା ସହ ସବୁ କାମ ଓଡିଆରେ ହେଉ ବୋଲି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।