ସୁରଟର ରଘୁବୀର କପଡା ବଜାରରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୪୦ ଟି ଦମକଳ ବାହିନୀ ନିୟୋଜିତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ

136

ଗୁଜୁରାଟ ସୁରଟ ରଘୁବୀର କପଡା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୪୦ ଟି ଦମକଳ ବାହିନୀ ନିୟୋଜିତ । ଅଗ୍ନିକାଣ୍ଡ ଏତେ ଭୟଙ୍କର ରୂପ ନେଇଛି ଯେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି ।

ସୂଚନାନୁସାରେ, ସାରୋଲି ଅଞ୍ଚଳରେ ଥିବା ୧୦ ମହଲା ବିଶିଷ୍ଟ କପଡା ମାର୍କେଟକୁ ନିଆଁ ବ୍ୟାପିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ । ପୂର୍ବରୁ କିଛି ଦିନ ତଳେ ଏହି ମାର୍କେଟର ନବମ ମହଲାରେ ନିଆଁ ଲାଗିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଚାଲିଥିବା ବେଳେ ଯାଞ୍ଚ ଚାଲିଛି ।