ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓୟୁଏଟି ଅପରେସନ ଟେବୁଲରେ ନାଗସାପ । ବିଶେଷଜ୍ଞ ଅସ୍ତ୍ରୋପଚାର କରିବା ପରେ ପେଟରୁ ୨ଟି ବନିଶି କଂଟା ବାହାର କରିଛନ୍ତି । ସାପଟି ସୁସ୍ଥ ରହିଥିବା ଓୟୁଏଟି ପକ୍ଷରୁ କୁହାଯାଇଛି । ବୋ÷ଦ୍ଧ ମାଧପୁର ଅଂଚଳରେ ଜଣଙ୍କ ଘରୁ ସ୍ନେକ୍ ହେଲ୍ପଲାଇନ ନାଗସାପକୁ ଉଦ୍ଧାର କରିଥିଲା । ପେଟରେ ବନିଶି କଂଟା ଥିବାରୁ ସାପଟି ଅସୁସ୍ଥ ହୋଇପଡିଥିଲା ତାପରେ ତାକୁ ଓୟୁଏଟିକୁ ଆଣିଥିଲେ ସ୍ନେକ ହେଲ୍ପଲାଇନର ସଦସ୍ୟ । ଏକ୍ସରେ ପରେ ପେଟରେ ଦୁଇଟି ବନିଶି କଂଟା ଥିବା ଜଣାପଡିଥିଲା।