ପୋକମାଛି ପରି ମରିବେ ଆତଙ୍କବାଦୀ ! ପୁଣିଥରେ ଆରମ୍ଭ ହେବ ‘ଅପରେସନ ଅଲଆଉଟ’

45

ଆଉ ରକ୍ଷା ପାଇବେନି ଆତଙ୍କବାଦୀ । ଜମ୍ମୁ-କାଶ୍ମୀରରେ ତ୍ରାହି ତ୍ରାହି ଡ଼ାକିବେ ଆତଙ୍କବାଦୀ । ଏଣିକି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ ଭାରତୀୟ ଯବାନ । କାରଣ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପୁଣିଥରେ ଅପରେସନ ଅଲଆଉଟ ଆରମ୍ଭ କରି ପାରନ୍ତି ସରକାର । ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଉତ୍ପାତ ବଢ଼ି ଚାଲିଛି । ଆଉ ଏମାନଙ୍କୁ ନିପାତ କରିବାକୁ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସୁତ୍ର ଅନୁଯାୟୀ, ଇଦ ପରେ ସିଜଫାୟାର ଜାରି ରହିବ କି ନାହିଁ ତାହା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । କିନ୍ତୁ କୌଣସି ଅନ୍ତିମ ନିର୍ଣ୍ଣୟ ନିଆଯାଇନାହିଁ ।

ଜମ୍ମୁ-କାଶ୍ମୀରରେ ଶାନ୍ତି ଆଣିବା ଉଦ୍ଦେଶ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଚାଲୁଥିବା ଅପରେସନ ଅଲଆଉଟକୁ ଇଦ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । କିନ୍ତୁ ଏହାର ଫାଇଦା ଉଠାଇଥିଲେ ଆତଙ୍କବାଦୀ । ଭାରତର ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବାକୁ ପଛାଇନଥିଲେ । ଫଳରେ ଅନେକ ଭାରତୀୟ ଯବାନ ପବିତ୍ର ରମଜାନ ମାସରେ ସହିଦ ହୋଇଥିଲେ । ଏହି ସମୟରେ ଆତଙ୍କବାଦୀ ଗୋଷ୍ଠୀ ଏତେ ସକ୍ରିୟ ହୋଇ ଯାଇଥିଲେ ଯେ, ଭାରତୀୟ ଯବାନଙ୍କୁ ମଧ୍ୟ ଅପହରଣ କରିନେଇଥିବା ଘଟଣା ସାମ୍ନାକୁ ଆସିଛି । ତେଣୁ ଏହା ଏବେ ଭାରତୀୟ ସେନା ପାଇଁ ଚିନ୍ତାର କାରଣ ପାଲଟିଛି ।

୪୫ ମିନିଟ ଧରି ହୋଇଥିବା ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସେନା ମୁଖ୍ୟ, ଗୁଇନ୍ଦା ମୁଖ୍ୟ, ସିଆରପିଏଫ ଡିଜି, ବିଏସଏଫ ଡିଜି ସାମିଲ ଥିଲେ । ଏଥିରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଅପରେସନ ଅଲଆଉଟକୁ ନେଇ ସୁରକ୍ଷାବଳଙ୍କ ଠାରୁ ମତାମତ ଲୋଡ଼ା ଯାଇଥିଲା । ଏପରିକି ରମଜାନ ମାସରେ ସୁରକ୍ଷାବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସୁତ୍ର ଅନୁଯାୟୀ, ୧୬ ଜୁନ ଅଥାର୍ତ ଇଦ ପରେ ଯଦି ସରକାର ସସପେନ୍ସନ ଅଫ୍ ଅପରେସନକୁ ଆଗକୁ ନ ବଢ଼ାନ୍ତି ତେବେ ଏହା ଆପଣାଛାଏଁ ଶେଷ ହୋଇଯିବ । ତେଣୁ ଏଭଳି ସ୍ଥଳେ ପୁଣିଥରେ ଆରମ୍ଭ ହୋଇପାରେ ଅପରେସନ ଅଲଆଉଟ । ଏହି ବୈଠକରେ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ପୂରା ଯାତ୍ରାଙ୍କୁ ଯେପରି ସୁରକ୍ଷିତ କରା ଯାଇପାରିବ ସେଥିପାଇଁ ଏକ ପ୍ଲାନ ପ୍ରସ୍ତୁତ ହୋଇଛି ।