ନୂଆପଡ଼ା: ହାତୀ ନେଲା ଜଣଙ୍କ ଜୀବନ

58

କନକ ବ୍ୟୁରୋ : ସୋମବାର ପ୍ରତ୍ୟୁଷରେ ଖରିଆର ରୋଡ ରେଞ୍ଜ ଭଇତୁମୁଣ୍ଡି ଗ୍ରାମ ଉପକଣ୍ଠରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ।
ଆଜି ପାହାନ୍ତା ପହରରେ ୬୫ ବର୍ଷିୟ ଲକି ପାଣ୍ଡେ ନାମକ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଗ୍ରାମ ବାହାରେ ଥିବା ଜଙ୍ଗଲକୁ ଯାଇଥିଲେ । ହଠାତ ସେଠାରେ ହାତୀ ପଲ ପହଞ୍ଚିଯାଇଥିବା କଥା ସେ ଜାଣି ନ ଥିଲେ। ଗୋଟାଏ ହାତୀ ଲକିଙ୍କୁ ଥୋଡ଼ପାହାଡ଼ରେ ଉଠାଇ ନେଇ ପାଦରେ ଦଳି ମାରିଦେଇଛି।ପୂର୍ବରୁ ଏ ଅଞ୍ଚଳକୁ କେବେ ହାତୀପଲ ଆସି ନ ଥିବା କଥା କୁହାଯାଉଛି। କିଛି ମାସ ତଳେ ଠିକଏହି ଅଞ୍ଚଳରେ ଏକ କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଥିଲ। ଖବର ପାଇଁ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।