ଓଡ଼ିଶା ନିର୍ମାଣର ପରମ୍ପରା ଅତ୍ୟନ୍ତ ଗୌରବମୟ : ସୌମ୍ୟରଞ୍ଜନ ପଟ୍ଟନାୟକ

77

କନକ ବ୍ୟୁରୋ : ଆରମ୍ଭ ହୋଇଛି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌-୨୦୧୯’। ସମ୍ବାଦର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଛନ୍ତି,  ଓଡ଼ିଶା ନିର୍ମାଣର ପରମ୍ପରା ଅତ୍ୟନ୍ତ ଗୌରବମୟ ଓ ଅତ୍ୟନ୍ତ ଉଜ୍ଜଳ । ଅତୀତରେ ଓଡ଼ିଶାର ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲା ।  ଆମ ନିର୍ମାଣର ସାକ୍ଷୀ ହେଲା କୋଣାର୍କ ମନ୍ଦିର । କଳା, ସଂସ୍କୃତି ଓ କୃଷି କ୍ଷେତ୍ରରେ ଓଡ଼ିଶା ନିର୍ମାଣର ପଟ୍ଟାନ୍ତର ନଥିଲା  । ବୈଦେଶିକ ଆକ୍ରମଣ ଓ ନଅଙ୍କ ଦୁର୍ଭିକ୍ଷ ଯୋଗୁଁ ନିକଟ ଅତୀତରେ ରାଜ୍ୟର ନିର୍ମାଣ ଉତ୍ସାହପ୍ରଦ ନଥିଲା । କିନ୍ତୁ, ଆଜି କ୍ଷୁଧାରୁ ମୁକ୍ତି ଆନ୍ଦୋଳରେ ଓଡ଼ିଶା ସଫଳ ହୋଇଛି।

ଏହି ନିର୍ମାଣ କନକ୍ଲେଭରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି  । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ବିଜେଡି ନେତା ସଂଜୟ ଦାସବର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଥିରେ ସବୁ ରାଜନୈତିକ ଦଳର ବହୁ ବରିଷ୍ଠ ନେତା ଓ ମାନ୍ୟଗଣ ବ୍ୟକ୍ତି ସାମିଲ ହୋଇଛନ୍ତି ।  ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।