ଜୟନ୍ତ, ଯଶୋବନ୍ତ ଓ ରାଜନୀତି ! ଜଣେ ବିରୋଧୀ, ଜଣେ ସମର୍ଥକ । ଘରେ କିଭଳି ରୁହେ ସମୀକରଣ ?

186

କନକ ବ୍ୟୁରୋ: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ମନକଥା କହିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା । ମୋଦି ସରକାରରେ ତାଙ୍କ ପୁଅ କ୍ୟାବିନେଟ ମନ୍ତ୍ରୀ ଥିଲେ ମଧ୍ୟ ମୋଦିଙ୍କୁ ବାରମ୍ବାର ସମାଲୋଚନା କରିବା ନେଇ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ।

ରାଜନୈତିକ ଓ ଦୃଷ୍ଟିଭଙ୍ଗୀ ବାପ-ପୁଅଙ୍କ ପାରିବାରିକ ସମ୍ପର୍କ ନେଇ ଯଶୋବନ୍ତ କହିଛନ୍ତି ଯେ, ଅନେକ ଲୋକ ଭୁଲି ଯାଉଛନ୍ତି ଯେ, ଦେଶରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁ ପରିବାରର ଜଣେ ଏ ଶାସକ ଦଳରେ ଆଉ ଜଣେ ବିରୋଧୀ ଦଳରେ ଅଛନ୍ତି । କିନ୍ତୁ ମୋ ପକ୍ଷରେ ତାହା ସମସ୍ୟା ନୁହେଁ କାରଣ ମୋ ପୁଅ ଗୋଟିଏ ଦଳରେ ଥିଲେ ମଧ୍ୟ ମୁଁ କୌଣସି ଦଳରେ ନାହିଁ । କିନ୍ତୁ ଏହା ସତ୍ୟ ଯେ ମୁଁ ଜଣେ ସାଧାରଣ ନାଗରିକ ଭାବେ ବର୍ତ୍ତମାନ ସରକାରକୁ ମୁଁ ସମାଲୋଚନା କରୁଛି ।

ଅନ୍ୟପକ୍ଷେ ତାଙ୍କ ପୁଅ ଜୟନ୍ତ ସିହ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କହିଛନ୍ତି ଯେ, ଆମେ ବାପ-ପୁଅ ଯେତେବେଳେ ଏକାଠି ବସୁ କୌଣସି ରାଜନୈତିକ ଆଲୋଚନା କରୁ ନାହିଁ । କାରଣ ରାଜନୀତିକୁ ବାଦ୍ ଦେଲେ ଅନେକ ପାରିବାରିକ ଜିନିଷ ଅଛି ଯାହାକି ଆଲୋଚନା ହୁଏ । ମୋ ପୁଅ ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦରେଥିଲେ ମଧ୍ୟ ଏଥିରେ କୌଣସି ଚକିତ ହେବାର ବିଷୟ ନାହିଁ କି ଯେ, ଆମ ଦୁହିଁକ ମଧ୍ୟରେ ସମ୍ମନ୍ୱୟ ବଜାୟ ରହୁଛି । କାରଣ ଆମେ ଦୁହେଁ ପ୍ରାପ୍ତ ବୟସରେ ପଦାର୍ପଣ କରିଛୁ । ଯାହାକି ସେ ତାଙ୍କ କାର୍ଯ୍ୟରେ ଧ୍ୟାନ ଦିଅନ୍ତି ମୁଁ ମୋ କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱ ଦିଏ ।

ସେହିଭଳି ଓଡ଼ିଶା ନିର୍ମାଣ କନକ୍ଲେଭରେ ଭାଗନେଇ ଦେଶର ସାମଗ୍ରିକ ସ୍ଥିତି ଓ ନୂତନ ନିର୍ମାଣର ମାର୍ଗ ଦର୍ଶନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ସିହ୍ନା କହିଛନ୍ତି ଗତକିଛି ବର୍ଷ ହେବ ରାଜନୈତିକଦୃଶ୍ୟପଟରେ ବିରାଟ ପରିବର୍ତନ ଆସିଛି । ଡବଲ ଇଂଜିନ ନହେଲେ ରାଜ୍ୟର ବିକାଶ ସମ୍ଭବ ହେଉନି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ରାଜନୈତିକ ଦଳର ସରକାରେ ରହିଲେ,ରାଜ୍ୟର ବିକାଶ ହେଉଛି , ଅଲଗା ଅଲଗା ରାଜନୈତିକ ଦଳ କ୍ଷମତାରେ ରହିଲେ ରାଜ୍ୟକୁ ହକ ମିଳୁନାହିଁ । ଏଥିରେ ପରିବର୍ତନ ଆସିବା ଦରକାର ବୋଲି ମତ ରଖିଛନ୍ତି ଯଶୱନ୍ତ୍ ସିହ୍ନା । ନୀତି ଆୟୋଗକୁ ଭିନ୍ନ ଉପାୟରେ ବ୍ୟବହାର କରାଯାଉଛି । ଡାଟାକୁ ହେରଫେର କରାଯିବା ଭଳି ସାଂଘାତିକ ଖେଳ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କୃଷକଙ୍କ ଆର୍ଥିକ ଉନ୍ନତି ଓ ଗ୍ରାମାଚଂଳର ବିକାଶକୁ ଗୁରୁତ୍ୱ ଦେବାପାଇଁ ସେ ଜୋର ଦେଇଛନ୍ତି ଯଶୋବନ୍ତ ।