ଖୁବ୍ ଶୀଘ୍ର ଚାଷୀଙ୍କୁ ମିଳିବ ସହାୟତା ରାଶି ! କୃଷି ମନ୍ତ୍ରୀଙ୍କ ସୂଚନା, ମରୁଡି ଓ ବର୍ଷାରେ ନଷ୍ଟ ଫସଲ ପାଇଁ ମିଳିବ ସହାୟତା

37

କନକ ବ୍ୟୁରୋ: ମରୁଡି ଓ ବର୍ଷା ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା । ଚଳିତ ମାସ ଶେଷ ସୁଦ୍ଧା ଏହି ସହାୟତା ରାଷି ଘୋଷଣା କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ ।

ରାଜ୍ୟରେ ମରୁଡି ସ୍ଥିତି ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିଲା । ଏନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ତେବେ କୃଷି ବିଭାଗରେ ଅର୍ଥର କୌଣସି ଅଭାବ ନାହିଁ ଏବଂ ଚାଷୀଙ୍କୁ ସହାୟତା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି । ମରୁଡିରେ ଫସଲ ନଷ୍ଟକୁ ନେଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି ।

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏବଂ ଚଳିତ ମାସ ଶେଷ ସୁଦ୍ଧା ସହାୟତା ରାଷି ଘୋଷଣା କରାଯିବ । ମରୁଡିରେ ନଷ୍ଟ ହୋଇଥିବା ଫସଲ ସହ ବର୍ଷାରେ ଫସଲ ଧୋଇଯାଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଘୋଷଣା କରାଯିବ ।