ଜିଓ ପରେ ଜଳିଗଲା ସାମସଙ୍ଗ ଫୋନ । ବିମାନ ଭିତରେ ଗାଲାକ୍ସି ଜେ-୭ରେ ନିଆଁ ।

83

ଜିଓ ଫୋନ ବିସ୍ଫୋରଣ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ସାମସଙ୍ଗ ମୋବାଇଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଜେଟ୍ ଏୟାରବେସ ଫ୍ଲାଇଟରେ ଜଣେ ଯାତ୍ରୀଙ୍କ ସାମସଙ୍ଗ ଗାଲାକ୍ସି ଜେ-୭ରେ ଲାଗିଛି ନିଆଁ । ଫ୍ଲାଇଟଟି ଗତ ଶୁକ୍ରବାର ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ୧୨୦ ଜଣ ଯାତ୍ରୀ ଯାଉଥିଲେ । ଯଦିଓ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ତେବେ ମୋବାଇଲରେ ନିଆଁ ଲାଗିବା ପରେ କ୍ରୃ ମେମ୍ବର୍ସ ଫୋନଟିକୁ ପାଣିରେ ଫିଙ୍ଗି ଦେଇଥିବା ମିଳିଥିବା ସୂଚନା ଯାହା ଜଣାପଡିଛି ।

ଜାତୀୟ ଗଣମାଧ୍ୟମ ଆଜତକରେ ପ୍ରକାଶିତ ଖବର ମୁତାବକ, ଯେଉଁ ଗାଲାକ୍ସି ଜେ-୭ରେ ନିଆଁ ଲାଗିଥିଲା ତାହା ଦିଲ୍ଲୀରେ ବାସକରୁଥିବା ଅର୍ପିତା ନାମକ ମହିଳାଙ୍କର ଅଟେ । ଆଉ ସେ ମୋବାଇଲଟିକୁ ନିଜ ହ୍ୟାଣ୍ଡବ୍ୟାଗରେ ରଖିଥିଲେ । ତେବେ ଅର୍ପିତାଙ୍କ ହ୍ୟାଣ୍ଡବ୍ୟାଗରେ ଫୋନ ବ୍ୟତୀତ ଆହୁରୀ ୩ଟି ସ୍ମାର୍ଟଫୋନ ମଧ୍ୟ ରହିଥିଲା । ଅର୍ପିତାଙ୍କ କହିବା ମୁତାବକ, ୧୫ ମିନିଟ ଫ୍ଲାଇଟରେ ଯାତ୍ରା କରିବା ପରେ ତାଙ୍କୁ କିଛି ପୋଡିବାର ଗନ୍ଧ ଆସିଥିଲା ଯାହାପରେ ସେ ଫ୍ଲାଇଟରେ ଥିବା କ୍ରୃଙ୍କୁ ସୂଚିତ କରିଥିଲେ ।

ଖବର ପାଇ କ୍ରୃ ମେମ୍ବର୍ସ ପ୍ରଥମେ ତ ଫୋନରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ନିଆଁ ଉପରେ କାବୁ କରିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡିଥିଲା । ଅର୍ପିତା କହିଥିଲେ କି, ଏହାପରେ ଫ୍ଲାଇଟରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଯେଉଁଥିପାଇଁ କ୍ରୃ ମେମ୍ବର୍ସଙ୍କୁ ବାଧ୍ୟ ହୋଇ ଫୋନଟିକୁ ପାଣିରେ ଫିଙ୍ଗିବାକୁ ପଡିଥିଲା । ତେବେ ଅନ୍ୟପଟେ କଂପାନୀ ପକ୍ଷରୁ ଏସଂପର୍କରେ କୌଣସି ବି ପ୍ରତିକ୍ରିୟା ମିଳିପାରିନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଖାଲି ସାମସଙ୍ଗ କାହିଁକି ବରଂ ନିକଟରେ ଲଂଚ ହୋଇଥିବା ଜିଓ ଫିଚର ଫୋନରେ ବି ନିଆଁ ଲାଗିଥିବା ଖବର ପ୍ରକାଶ ପାଇଥିଲା । ଯାହାକି କାଶ୍ମୀରର ଜଣେ ଯୁବକ ଫୋନଟିକୁ ଚାର୍ଜିଂରେ ବସାଇଥିବା ବେଳେ ତାହା ବିସ୍ଫୋରଣ ଘଟି ସଂପୂର୍ଣ୍ଣ ଜଳି ଯାଇଥିଲା । ଜିଓ କିନ୍ତୁ ଏହାକୁ ଖଣ୍ଡନ କରିଛି ଏବଂ କଂପାନୀକୁ ବଦନାମ କରିବା ପାଇଁ କେହି ଏଭଳି ଷଢଯନ୍ତ୍ର କରିଛି ବୋଲି ଦାବି ମଧ୍ୟ କରିଛି ।