କୋଣାର୍କ ଏକ୍ସପ୍ରେସରୁ ମିଳିଲା ଦୁଇଟି ସନ୍ଦିଗ୍ଧ ବାକ୍ସ ! ବୋମା ନିଷ୍କ୍ରିୟକାରୀ ଦଳକୁ ଡକା ଯାଇ କରାଗଲା ଯାଂଚ

56

କନକ ବ୍ୟୁରୋ: କୋଣାର୍କ ଏକ୍ସପ୍ରେସରୁ ମିଳିଲା ସଂନ୍ଦିଗ୍ଧ ବାକ୍ସ । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସରୁ ଦୁଇଟି ସନ୍ଦିଗ୍ଧ ବାକ୍ସ ଉଦ୍ଧାର କରାଯାଇଛି । ତେଲେଙ୍ଗାନାରେ ଟ୍ରେନରେ ବୋମା ଥିବା ନେଇ ଖବର ମିଳିବା ପରେ ଛାନଭିନ୍ କରାଯାଇଥିଲା । ମଧିରା ଷ୍ଟେସନ ନିକଟରେ ବାକ୍ସ ଦୁଇଟିକୁ ଆରପିଏଫ ଠାବ କରିଛି । ଟ୍ରେନରୁ ମିଳିଥିବା ବାକ୍ସର ଯାଂଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ପହଂଚିଛି । ତେବେ ଟ୍ରେନରୁ ସଂନ୍ଦିଗ୍ଧ ବାକ୍ସ ଦୁଇଟି ଉଦ୍ଧାର କରିବା ପରେ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଅଭିମୁଖେ ବାହାରିଛି ।

ମିଳିଥିବା ସୂଚନା ମୁତାବକ, ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନର ସଂରକ୍ଷିତ ବଗି ଝ-୧୧ରୁ ଆରପିଏଫ୍ ୨ଟି ସଂନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଖବର ପାଇ ବୋମା ସ୍କ୍ୱାଡ୍ ଟିମ୍ ଟ୍ରେନରୁ ବାକ୍ସକୁ ବାହାର କରି ଯାଞ୍ଚ ପାଇଁ ପହଂଚିଛି ।