ସତରେ ଅଚଳ ହୋଇଯିବକି ଆପଣଙ୍କ ନମ୍ବର ! ଜାଣନ୍ତୁ, ଆପଣଙ୍କ ମନରେ ଥିବା ଏୟାରସେଲକୁ ନେଇ ସମସ୍ତ ପ୍ରଶ୍ନର ଉତ୍ତର

49

୯୦ ଦଶକ(୧୯୯୯)ରେ ଶେଷ ବେଳକୁ ଟେଲିକମ ଜଗତରେ ପାଦ ଦେଇଥିବା ଏୟାରସେଲ ଏବେ ବନ୍ଦ ହେବା ଉପରେ । ଇତି ମଧ୍ୟରେ କଂପାନୀର ଗ୍ରାହକମାନେ କେଉଁଠି ଅଲଗା ନେଟୱାର୍କକୁ ସିଫ୍ଟ କରିଲେଣି ତ ପୁଣି କେଉଁଠି କଂପାନୀର କର୍ମଚାରୀମାନେ ଚାକିରି ଖୋଜିବାକୁ ବାଧ୍ୟ ହୋଉଛନ୍ତି । କାରଣ କିଛିଦିନ ହେଲା ଏୟାରସେଲ ସ୍ଥିତି ବହୁତ ଗମ୍ଭୀର ରହିଛି । ଯେଉଁଥିପାଇଁ ୟୁଜର୍ସଙ୍କୁ କଲ ଡ୍ରପ ଏବଂ ନୋ ସିଂଗନାଲ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଏସବୁ ମଧ୍ୟରେ ଖବର ଆସିଛି କି, ୩୧ ମାର୍ଚ୍ଚ ସୁଦ୍ଧା କମ୍ପାନୀରେ ତାଲା ଝୁଲିପାରେ । ତେଣୁ ଯଦି ଆପଣ ବି ଏୟାରସେଲର ୟୁଜର୍ସ ଅଟନ୍ତି କିମ୍ବା ପୂର୍ବ ୟୁଜର୍ସ ରହିଛନ୍ତି, ତେବେ ଏୟାରସେଲ ର ୫ଟି ବିଷୟରେ ଜାଣିବା ଜରୁରୀ ।

ସତରେ ବନ୍ଦ ହୋଇଯିବ କି ଏୟାରସେଲ କମ୍ପାନୀ?

ଏହି ମାମଲାକୁ ନେଇ କମ୍ପନୀ ପକ୍ଷରୁ କୁହାଯାଇଛି, ନିକଟ ଭବିଷ୍ୟତ ପାଇଁ ଏବେ ଏପରି କିଛି ହେଉନି । ଫେସବୁକ ଓ ଟ୍ୱିଟରରେ କେତେକ ୟୁଜର୍ସଙ୍କ କମ୍ପାନୀ ବନ୍ଦ ହେବା ଭୟକୁ ଜାହିର କରିଥିଲା ବେଳେ ଏୟାରସେଲ ସୋସିଆଲ ମିଡିଆରେ ସଫେଇ ଦେଇ କହିଛି ଯେ, ତାଙ୍କ ସେବା କାମ ବନ୍ଦ ହେଉ ନାହିଁ । ଯଦି ଏଭଳି କିଛି ହୁଏ, ତେବେ ୟୁଜର୍ସଙ୍କୁ ଏନେଇ ପୂର୍ବରୁ ସୂଚିତ କରିଦିଆଯିବ । ଏହା ବ୍ୟତୀତ କମ୍ପାନୀ କହିଛି, “ ଆମ ସିଷ୍ଟମ ଗ୍ରୋଥକୁ ସଂଭାଳିବା ପାଇଁ ଅସମର୍ଥ ରହିଛି । କିନ୍ତୁ ଏବେ ଆମେ କୁଆଡେ ଯାଉ ନାହୁଁ । ଆମର ଦାୟିତ୍ୱ କି, ଶେଷ ସମୟ ଯାଏ ଗ୍ରାହକଙ୍କୁ ଆମ ସେବା ଯୋଗାଇବୁ ।”

ଏୟାରସେଲର ୟୁଜର୍ସଙ୍କ ପାଇଁ କ’ଣ ସମସ୍ୟା ରହିଛି ?

ଏୟାରସେଲର ଅଧିକାଂଶ ୟୁଜର୍ସଙ୍କୁ ଏବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ତେବେ କଂପାନୀର ସେବା ବନ୍ଦ ହେବ ଭଳି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜସ୍ଥାନ, କୋଲକତା, ଚେନ୍ନାଇ, ଓଡିଶା ଓ ଦିଲ୍ଲୀର ୟୁଜର୍ସଙ୍କ ମୋବାଇଲରେ ଏୟାରସେଲର ନେଟୱର୍କ ସଠିକ୍ ଭାବରେ ଆସୁନାହିଁ । ଯାହାକି ଦୀର୍ଘଦିନ ହେଲା ଲାଗି ରହିଛି ।
ତେବେ ଏଭଳି ପରିସ୍ଥିତିରେ କଂପାନୀ କହିଛି କି, ଦେଶର ୯ ଲକ୍ଷ ଏୟାରସେଲ ଗ୍ରାହକମାନେ ବୁଧବାର ଓ ପାଖାପାଖି ୩ ଲକ୍ଷ ଗ୍ରାହକ ମଙ୍ଗଳବାର ଦିନ ତାଙ୍କ ନମ୍ବର ଅନ୍ୟ କମ୍ପାନୀଙ୍କୁ ପୋର୍ଟ କରିବା ପାଇଁ ଚେଷ୍ଟା କରିଥିଲେ, କାରଣ ଥିଲା ଅନେମ ସମୟ କଲ ଡ୍ରୋପ ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡୁଥିଲା । ଅନେକ ୟୁଜର୍ସଙ୍କୁ ଅନୁରୋଧ ଦେବା ପରେ ଏୟାରସେଲର ଏଭଳି ସ୍ଥିତିକୁ ସଂଭାଳି କଷ୍ଟକର ହୋଇ ପଡୁଛି ।

କେବେ ଠାରୁ ଆରମ୍ଭ ହେଲା ଏଭଳି ସମସ୍ୟା ?

ଏୟାରସେଲ ୩୦ ଜାନୁୟାରୀକୁ ୬ ଟି ସହରରେ ନିଜର ସେବାକୁ ବନ୍ଦ କରି ଦେଇଛି, ଏଥିରେ ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମ ଉତ୍ତର ପ୍ରଦେଶ ସାମିଲ ରହିଛି । ତେବେ କମ୍ପାନୀ ପକ୍ଷରୁ ଏହି ମାମଲାକୁ ନେଇ କୁହାଯାଇଛି ଯେ, ଅତ୍ୟଧିକ ପ୍ରତିଦ୍ୱନ୍ଦ୍ୱି ଉପସ୍ଥାପିତ ଥିବା ମାହୋଲରେ କାମ କରିବା ବହୁତ କଷ୍ଟକର ହୋଇପଡିଛି । ତେବେ ଡିସେମ୍ବର ୨୦୧୭ରେ ଟେଲିକମ ସେକ୍ଟରରେ ଜିଓ ଏଟ୍ରିଂ କରିବା ପରେ କମ୍ପାନୀର ମୁସ୍କିଲ ଅଧିକ ବଢାଇ ଦେଇଛି । ଜିଓର ଏଟ୍ରିଂ ଟେଲିକମ ସେକ୍ଟରରେ ହଇଚଇ ସୃଷ୍ଟି କରି ଦେଇଛି ।

କମ୍ପାନୀ ବ୍ୟାଙ୍କ ଫାଇଲିଂ ଉପରେ କ’ଣ କରୁଛି ବିଚାର ?

ଜିଓର ଏଟ୍ରିଂ ପରେ ଭାରତୀୟ ଟେଲିକମ କମ୍ପାନୀ ଉତଥାନ-ପତନ ଭଳି ପରିସ୍ଥିତିକୁ ସାମ୍ନା କରିବାରୁ ପଡୁଛି, ଏହା ଏୟାରସେଲକୁ ଖୁବ ଖରାପ ପରିସ୍ଥିତିରେ ପହଂଚାଇଛି । ଜୁଲାଇ ୨୦୧୬ରେ ୧୨୦ କୋଟି ଟଙ୍କା ତ୍ରୟୋମାସିକ ପରିଚାଳନ ଲାଭରୁ, ଏୟାରସେଲ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ୧୨୦ କୋଟି ପରିଚାଳନ କ୍ଷତି ସହିବାକୁ ପଡିଛି କଂପାନୀକୁ । ତେଣୁ କମ୍ପାନୀକୁ ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୈତିକ ସଂକଟକୁ ସାମ୍ନା କରିବାକୁ ପଡିଛି । ବିକଳ୍ପ ଖୋଜା ଚାଲିଛି, ଉଧାରଦାତା ସହିତ ସମସ୍ତ ହିତାଧିକାରୀଙ୍କ ସହ କଥାବର୍ତ୍ତା ମଧ୍ୟ ଜାରି ରହିଛି ।