ସଂକଟରେ ଶିଶୁ, ଚିନ୍ତାରେ ଅଭିଭାବକ : ନର୍ସରୀ ପିଲାକୁ ଧର୍ଷଣ ଉଦ୍ୟମ ପରେ ବଢିଲା ଉଦବେଗ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଂରାଜୀ ମିଡିୟମ୍ ସ୍କୁଲରେ ଜଣେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏବେ ଚିନ୍ତାରେ ଅଭିଭାବକ । ସେପଟେ କେଉଁ ପରିସ୍ଥିତିରେ ସ୍କୁଲ ଭିତରେ ଡ୍ରାଇଭର ଏଭଳି କାଣ୍ଡ କରିବାକୁ ସାହସ କଲେ ସେନେଇ ତଦନ୍ତ ଚଳାଇଛି କମିଶନରେଟ ପୁଲିସ। ଅନ୍ୟପକ୍ଷରେ ସ୍କୁଲରେ ପିଲାମାନେ କେମିତି ସୁରକ୍ଷିତ ରହିବେ, ସ୍କୁଲ କର୍ତୃପକ୍ଷ କଣ କଣ ପଦକ୍ଷେପ ନେବେ ସେନେଇ ଏକ ଗାଇଡଲାଇନ ପ୍ରସ୍ତୁତ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।