ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଗ୍ନିପରୀକ୍ଷା : ଆଜି ନୂଆପଡା କୋମନା ବ୍ଲକ୍ ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ନିର୍ବାଚନ

44

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ଅଗ୍ନିପରୀକ୍ଷା । ଏଠାରୁ ଆଜି ନୂଆପଡା କୋମନା ବ୍ଲକ ଜୋନ-୨ର ଜିଲ୍ଲା ପରିଷଦ ନିର୍ବାଚନ ହେବ । ପଂଚାୟତ ବିଭାଜନକୁ ନେଇ କୁରୁମପୁରୀ ପଂଚାୟତର ଭୋଟର ଅସନ୍ତୋଷ ଜାହିର କରିଥିଲେ ।

ଫଳରେ ହାଇକୋର୍ଟ କୁରୁମପୁରୀ ପଂଚାୟତ ନିର୍ବାଚନକୁ ସ୍ଥିଗତ ରଖାଯାଇଥିଲା । ଜିଲ୍ଲାର ମୋଟ ୧୪ଟି ଜୋନରୁ ୧୩ଟି ଜୋନରେ ଭୋଟ ହୋଇଥିଲା । ୮ଟି ବିଜେଡି ଓ ୫ଟି କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ।