ରାଷ୍ଟ୍ରପତି ନିର୍ବାଚନର ଆଜି ଭୋଟ୍ ଗଣତି : ସକାଳ ୧୧ଟାରୁ ଭୋଟ୍ ଗଣତି, ୫ ଟା ସୁଦ୍ଧା ନୂଆ ରାଷ୍ଟ୍ରପତିଙ୍କ ନାଁ ଘୋଷଣା

29

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ସେ ନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ । ଆଜି ଏ ନେଇ ଗଣତି ହେବ । ୧୭ ତାରିଖରେ ଏଥିପାଇଁ ଭୋଟ ହୋଇଥିଲା । ସମସ୍ତ ରାଜ୍ୟରୁ ବାଲଟ ବକ୍ସ ପାର୍ଲାମେଂଟ ଯାଇ ପଂହଚିଯାଇଛି । ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବା ଆଶା କରାଯାଉଛି ।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେଉଛି । ଏହି ନିର୍ବାଚନରେ ସବୁଜ ଓ ଗୋଲାପୀ ରଙ୍ଗର ୨ଟି ବାଲଟ ପେପର ବ୍ୟବହାର କରାଯାଇଥିଲା । ସଂଖ୍ୟା ଦୃଷ୍ଟିରୁ ରାମନାଥ କୋବିନ୍ଦଙ୍କ ବିଜୟ ପକ୍କା ଥିବାବେଳେ ଭୋଟ ବ୍ୟବଧାନ ଉପରେ ସମସ୍ତଙ୍କ ନଜର ରହିଛି ।