ଓଡିଶାରେ ଏନଏସଜି ଟିମ୍ ! ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ନେଇ ଡିଜିଙ୍କ ସହ କଲେ ଆଲୋଚନା

27

କନକ ବ୍ୟୁରୋ : ଓଡିଶାରେ ଏନଏସଜି ଟିମ୍ । ତିନି ଜଣିଆ ଏନଏସଜିର ଏକ ଟିମ୍ ଆଜି ଓଡିଶା ଆସି ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏନଏସଜି ଆଇଜି ଶଶାଙ୍କ ମିଶ୍ର ଓ ଆଉ ଦୁଇ ଜଣ ବରିଷ୍ଠ ଅଧିକାରୀ ଘଂଟାଏରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଭିନ୍ନ ସୁରକ୍ଷା ପ୍ରସଙ୍ଗ ନେଇ ଡିଜିଙ୍କ ସହ ଆଲୋଚନା କରିଛନ୍ତି ।

ଓଡିଶାର ସୁରକ୍ଷାକୁ କିଭଳି ଅଧିକ ସକ୍ରିୟ କରାଯାଇପାରିବ ସେଥିପାଇଁ ଓଡିଶା ପୁଲିସକୁ ପ୍ରଶିକ୍ଷଣ ଦେବ ଏନଏସଜି ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡିଛି । ଚାରିଆଡେ ଆତଙ୍କବାଦ କାୟାବିସ୍ତାର କରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏନଏସଜି ଆଇଜି ।