ଦ୍ୱିତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ ବାଜିଲାନି ରାଷ୍ଟ୍ରୀୟ ସଙ୍ଗୀତ ! ଆଶ୍ଚଯ୍ୟ ହେଲେ ଦର୍ଶକ

37

କନକ ବ୍ୟୁରୋ : ମ୍ୟାଚ ପୂର୍ବରୁ ବାଜିଲାନି ରାଷ୍ଟ୍ରୀୟ ସଙ୍ଗୀତ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଶୁଭିଲାନି ଉଭୟ ଦେଶର ରାଷ୍ଟ୍ରୀୟ ସଙ୍ଗୀତ । ଦର୍ଶକ ମଧ୍ୟ ଆଶ୍ଚଯ୍ୟ ହୋଇଗଲେ । ହେଲେ ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଲା । ଶ୍ରୀଲଙ୍କା କ୍ରିକେଟ ଦଳର ମିଡ଼ିଆ ମ୍ୟାନେଜର ଦିନେଶ ରତ୍ନାସିଂଙ୍ଘମ ଦେଇଥିବା ସୂଚନା ଅନୂଯାୟୀ, କୌଣସି କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ପରେ ହେବାକୁ ଥିବା ଅନ୍ୟ ମ୍ୟାଚରେ ଆଉ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବନି । ତେବେ ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି ।

ଭାରତ-ଶୀଲଙ୍କା ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଆଉ ଶୁଭିବନି ଉଭୟ ଦେଶର ରାଷ୍ଟ୍ରୀୟ ସଙ୍ଗୀତ । ଶ୍ରୀଲଙ୍କା କ୍ରିକେଟ ଦଳର ମ୍ୟାନେଜର ଦିନେଶ ରତ୍ନାସିଂଘମଙ୍କ ଅନୁଯାୟୀ, ଶ୍ରୀଲଙ୍କାର ପରମ୍ପରା ଅନୁସାରେ କୌଣସି ପ୍ରକାର କ୍ରିକେଟ ସିରିଜର କେବଳ ପ୍ରଥମ ମ୍ୟାଚରେ ହିଁ ରାଷ୍ଟ୍ରୀୟ ସଙ୍ଗୀତ ବୋଲାଯିବ । ତା ପରେ ହେଉଥିବା ମ୍ୟାଚରେ ଆଉ ରାଷ୍ଟ୍ରୀୟ ସଙ୍ଗୀତ ବୋଲାଯିବ ନାହିଁ ।

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟ ମ୍ୟାଚରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିବା ବେଳେ ପରବର୍ତୀ ଦୁଇଟି ମ୍ୟାଚରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇ ନଥିଲା । ଆଗକୁ ଶ୍ରୀଲଙ୍କା ବିପକ୍ଷ ଏକମାତ୍ର ଟି-ଟ୍ୱେଣ୍ଟି ସିରିଜରେ ପୁଣିଥରେ ରାଷ୍ଟ୍ରୀୟ ସଙ୍ଗୀତ ଶୁଣିବାକୁ ମିଳିବ ।