ନିୟମଗିରି ପାହାଡ଼ରେ ଅଭାବନୀୟ ଘଟଣା ! ଶିକାରୀ ଗୁଳିରେ ଶିକାରୀ ଗୁରୁତର

16

କନକ ବ୍ୟୁରୋ: ନିୟମଗିରି ପାହାଡ଼ରେ ଶିକାରୀ ଗୁଳିରେ ଶିକାରୀ ଗୁରୁତର । ଗତକାଲି ସୁନାଖଣ୍ଡି ପଂଚାୟତର କାଡ୍ରାକାବଣ୍ଡଲି ଗାଁର ରାମ କାଡ୍ରାକା ଓ ଲାଛି କାଡ୍ରାକା ନିୟମଗିରି ପାହାଡ଼ ଉପରକୁ ବାରହା ଶିକାର କରିବାକୁ ଯାଇଥିଲେ । କିନ୍ତୁ କୌଣସି ଶିକାର ନମିଳିବାରୁ ଉଭୟ ଗାଁକୁ ଫେରୁଥିଲେ । ଆଗରେ ରାମ ଚାଲୁଥିଲା । ପଛରେ ଦେଶୀ ବନ୍ଧୁକଧରୀ ଲାଛି ଆସୁଥିବାବେଳେ ବନ୍ଧୁକ ଏକ ଗଛରେ ଲାଗିଯାଇଥିଲା । ଫଳରେ ବନ୍ଧୁକରୁ ଗୁଳି ବାହାରି ରାମ ଦେହରେ ବାଜିଥିଲା । ରାମକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।