କଳାହାଣ୍ଡି : କୋକସରାରେ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

17

କନକ ବ୍ୟୁରୋ: କଳାହାଣ୍ଡି କୋକସରାରେ ସନ୍ଦିଗ୍ଧ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । କୋକସରା ଥାନା ଅନ୍ତର୍ଗତ ଲଡୁଗାଁର ପ୍ରେମଚନ୍ଦ ବନଜାରାଙ୍କୁ ଗୁରୁତର ଅବସ୍ଥାରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଧାରୁଆ କାଚ ସାହାଯ୍ୟରେ ତାଙ୍କ ଗଳା କଟାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ପ୍ରେମଚନ୍ଦଙ୍କ ସାଙ୍ଗମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରେମଚନ୍ଦଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ, ଲଡୁଗାଁରେ ଥିବା ବିୟର ପାର୍ଲରରେ ନିଶାଶକ୍ତ ଅବସ୍ଥାରେ ପଡିଯାଇଥିଲେ ପ୍ରେମଚନ୍ଦ । ସେହି ସମୟରେ ସେଠାରେ ପଡି ରହିଥିବା କାଚ ଯୋଗୁଁ ସେ ଆହାତ ହୋଇଥିଲେ । ତେବେ ପୁଲିସ ଏହି ମାମଲାରେ ପ୍ରେମଚନ୍ଦଙ୍କ ୩ଜଣ ସହଯୋଗୀଙ୍କ ସମେତ ବିୟର ପାର୍ଲର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ପ୍ରେମଚନ୍ଦଙ୍କ ପରିବାର ଅଭିଯୋଗ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ-