ଆସିଲା ଜନ୍ତୁ ଧରା ଯନ୍ତା ! ଭୟ ଖେଳାଇଥିବା ଜୀବକୁ ଧରିବାକୁ ନିଆଳି ଗଲା ସ୍ୱତନ୍ତ୍ର ଟ୍ରାପ୍

26

କନକ ବ୍ୟୁରୋ : ନିଆଳିରେ ମେଣ୍ଢା ମାରୁଥିବା ଜଙ୍ଗଲୀ ଜନ୍ତୁକୁ ଧରିବାକୁ କରାଯାଉଛି ସ୍ୱତନ୍ତ୍ର ଟ୍ରାପ୍ । ଅଟୋମେଟିକ୍ ଯନ୍ତା ଭିତରେ ମେଣ୍ଢା ରଖାଯାଇ ବିଛାଯିବ ଚକ୍ରବ୍ୟୁହ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମେଣ୍ଢାଙ୍କୁ ମାରୁଥିବା ରାମଶିଆଳ କିମ୍ବା ଗଧିଆର ସ୍ଥାନ ଚିହ୍ନଟ ହୋଇସାରିଛି । ଖୁବଶୀଘ୍ର ସେମାନଙ୍କୁ ଧରାଯିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ବନବିଭାଗ, ପୋଲିସ ସହ ଗ୍ରାମବାସୀ ଜଙ୍ଗଲୀ ଜନ୍ତୁର ସନ୍ଧାନରେ ଲାଗିପଡିଛନ୍ତି । ଏହାରି ଭିତରେ ଗାଁରେ ମେଣ୍ଢାଙ୍କ ମୃତ୍ୟୁ ଜାରି ରହିଛି । ଗାଁରେ ପଶି ମେଣ୍ଡା ଶିକାର କରୁଛି ଜଙ୍ଗଲୀ ଜୀବ ।