କାଲିଠୁ ବଦଳିବ ଏହି ୫ଟି ବଡ ନିୟମ । ସାଧାରଣ ଲୋକଙ୍କ ଉପରେ ପଡିବ ସିଧାସଳଖ ପ୍ରଭାବ ।

2,243

କନକ ବ୍ୟୁରୋ : ଜାନୁଆରୀ ୧ ତାରିଖ ୨୦୨୦ ଅର୍ଥାତ ନୂଆବର୍ଷର ପ୍ରଥମ ସକାଳ ସହ ଅନେକ ବଡ ନିୟମ ବଦଳିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା ୫ଟି ବଡ ପରବର୍ତ୍ତନ ବିଷୟରେ ।

ପ୍ରଥମ ନିୟମ, ଏଟିଏମ୍ କାର୍ଡ । ଆସନ୍ତାକାଲିଠାରୁ ପୁରୁଣା ଡେବିଟ୍ କାର୍ଡରେ ଆଉ ଏଟିଏମରୁ ଟଙ୍କା ଉଠାଇହେବ ନାହିଁ । ଏଥିପାଇଁ ଆପଣଙ୍କୁ ଇଲେକ୍ଟ୍ରୋନିକ୍ ଚିପ୍ ଯୁକ୍ତ କାର୍ଡ ବ୍ୟବହାର କରିବାକୁ ହେବ ।

ଦ୍ୱିତୀୟ ନିୟମ, ଏନଇଏଫଟି । ଏଣିକି ଅନଲାଇନ୍ ଟ୍ରାଞ୍ଜାକସନରେ ଆଉ ଚାର୍ଜେସ ଲାଗିବନି । ଆସନ୍ତାକାଲିଠୁ ବ୍ୟାଙ୍କ ଗୁଡିକରେ ଏନଇଏଫଟି ଜରିଆରେ ଟ୍ରାଞ୍ଜାକସନ୍ କଲେ, ସେଥିପାଇଁ ଦେୟ ଦେବାକୁ ହେବନାହିଁ ।

ତୃତୀୟ ନିୟମ, ପିଏଫ । ନୂଆବର୍ଷରୁ ସମସ୍ତ କମ୍ପାନୀ ପିଏଫ ଅନ୍ତର୍ଭୁକ୍ତ ହେବେ, ଯେଉଁଠି ସର୍ବନିମ୍ନ ୧୦ଜଣ କର୍ମଚାରୀ ଥିବେ । ଆଉ କର୍ମଚାରୀ ହିଁ ପିଏଫ ଅଂଶଦାନର ନିଷ୍ପତି ନେବେ ।

ଚତୁର୍ଥ ନିୟମ, ଋଣ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଯୋଡି ହୋଇଥିବା ଋଣର ସୁଧ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଇଛି ।
ପଂଚମ ନିୟମ, ପାନ କାର୍ଡ । ପାନ କାର୍ଡକୁ ଆଧାର ସହ ଲିଙ୍କ କରିବାର ଅନ୍ତିମ ତାରିଖକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବଢାଇ ଦିଆଯାଇଛି । ଏହା ପୂର୍ବରୁ ଏହି ତାରିଖ ୨୦୧୯ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଥିଲା ।