ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା ।

272

କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା । ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇ ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି ।

ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବ । କାରଣ ଭାରତୀୟ ରେଳବାଇ ଯାତ୍ରୀଙ୍କ ଟିକେଟରେ କିଲୋମିଟର ପିଛା ୪ ପଇସା ବୃଦ୍ଧି କରିଛି । ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ପାଇଁ ୨ ପଇସା ପ୍ରତି କିଲୋମିଟର ଏବଂ ଏସି ଟ୍ରେନ୍ ପାଇଁ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି ।

ତେବେ ଆସନ୍ତୁ ଜାଣିବା କେଉଁ ଯାତ୍ରା ପାଇଁ ଏଣିକି ଆପଣଙ୍କୁ କେତେ ଟଙ୍କା ଅଧିକ ଦେବାକୁ ହେବ ।

ସାଧାରଣ ଅଣଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ମେଲ୍ କିମ୍ବା ଏକ୍ସପ୍ରେସ ନନ୍-ଏସି ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିପରି ଶୀତତାପ ନିୟନ୍ତ୍ରିତ ଯାତ୍ରା ପାଇଁ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଛି ।

ନୂଆବର୍ଷରେ ନୂଆ ଦର । ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ, ଆପଣଙ୍କୁ ଆଗ ଅପେକ୍ଷା ଅଧିକ ଟଙ୍କା ଦେବାକୁ ହେବ । କୁହାଯାଉଛି, ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଭଡା ବଢାଇବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ସମୟ ଆଲୋଚନା ପରେ ଏହି ନିିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ତେବେ ନୂଆବର୍ଷରେ ରେଳବାଇର ଏଭଳି ମହଙ୍ଗା ଗିଫ୍ଟ, ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି ।