ଆଜି ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ । ଉଦଘାଟନ କରିବେ ବିଜୁ ଏକ୍ସପ୍ରେସ ୱେ

19

କନକ ବ୍ୟୁରୋ : ବରଗଡ ଓ ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମ୍ବଲପୁରରୁ ରାଉରକେଲା ଯାଏଁ ହୋଇଥିବା ବିଜୁ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ନବୀନ ପଟ୍ଟନାୟକ । ବିଜୁ ଏକ୍ସପ୍ରେସ ୱେ ଦ୍ୱାରା ଦକ୍ଷିଣ ଓଡିଶାରୁ ପଶ୍ଚିମ ଓଡିଶାକୁ ଯାତାୟାତ ସହଜ ହେବା ସହ ବ୍ୟାପକ ନିଯୁକ୍ତି ଓ ବାଣିଜ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ।