ବୈଜୟନ୍ତଙ୍କ ଟାର୍ଗେଟ ପରେ ତୃତୀୟ ମହଲାରୁ ଆସିଲା ଜବାବ ! ନବୀନ କହିଲେ ପ୍ରସଙ୍ଗ ନଥିବାରୁ ତୃତୀୟ ମହଲାକୁ କରାଯାଉଛି ଟାର୍ଗେଟ

36

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ତୃତୀୟ ମହଲା ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଜି ମୁହଁ ଖୋଲିଛନ୍ତି ନବୀନ । ବୈଜୟନ୍ତଙ୍କ ନାଁ ନନେଇ ନବୀନ କହିଛନ୍ତି, କିଛି ପ୍ରସଙ୍ଗ ନଥିଲେ ଲୋକେ ଏଭଳି ଅଭିଯୋଗ ଆଣନ୍ତି । ଏଥିରେ ନୂତନତ୍ୱ କିଛି ନାହିଁ । ନବୀନଙ୍କ ଏହି ମନ୍ତବ୍ୟ ପରେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ । ସେ ଲେଖିଛନ୍ତି ଏହା ତାଙ୍କୁ ମର୍ମାହତ କରିଛି । ନବୀନଙ୍କୁ ପ୍ରଶ୍ନ କରିବାକୁ ଯାଇ ବୈଜୟନ୍ତ ବିଜୁ ବାବୁଙ୍କ ଉଦାହରଣ ଦେଇଛନ୍ତି ।

bjd vs baijayantaମାହାଙ୍ଗା ନିଶ୍ଚିତକୋଇଲିରେ ପାଣିଟାଙ୍କି ଉଦଘାଟନରେ ବୈଜୟନ୍ତିଙ୍କ ତୃତୀୟ ମହଲାକୁ କଡା ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି କଡା ଜବାବ । କାହାର ନାଁ ନ ନେଇ ନବୀନ କହିଛନ୍ତି ଯେତେବେଳେ କିଛି ପ୍ରସଙ୍ଗ ନଥାଏ ସେତେବେଳେ ଏଭଳି ତୃତୀୟ ମହଲାକୁ ଟାଗେର୍ଟ କରାଯାଏ । ବୈଜୟନ୍ତଙ୍କୁ ଇଙ୍ଗିତ କରି ନବୀନ ଏପରି କହୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ବୈଜୟନ୍ତ ବି ଚୁପ ବସିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇ ଟ୍ୱିଟରରେ ଲେଖିଛନ୍ତି , ସେ ଅତ୍ୟନ୍ତ ମର୍ମାହତ’ । ଆହୁରି ପ୍ରଶ୍ନ କରିଛନ୍ତି ବିଜୁବାବୁଙ୍କ ପାଖରେ ବି କଣ କିଛି ପ୍ରସଙ୍ଗ ନଥିଲା ଯେତେବେଳେ ସେ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନର କଥା ଉଠାଇଥିଲେ । ଗତକାଲି ପାଣିଟାଙ୍କି ଉଦଘାଟନ ଉତ୍ସବରେ ବୈଜୟନ୍ତ ବିଜୁଙ୍କ ମାଡ ତତ୍ତ୍ୱ କଥା ଉଠାଇଥିଲେ । ଏଭଳି କହି ବୈଜୟନ୍ତ ଇମୋସନାଲ କାର୍ଡ ଖେଳିଛନ୍ତି ।

ବିଜେଡି ଓ ବୈଜୟନ୍ତଙ୍କ ବିବାଦ କିଛି ନୂଆ କଥା ନୁହେଁ । କିନ୍ତୁ ଏବେ ବିଜେଡି ଓ ବୈଜୟନନ୍ତଙ୍କ କାହାଣୀରେ ନୂଆ ନୂଆ ମୋଡ ଆସିବାରେ ଲାଗିଛି । ବହୁ ଦିନ ଆଗରୁ ବୈଜୟନ୍ତ , ମୋଦି ଓ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଂଶସା କରି ଆସୁଛନ୍ତି । ଆଉ ବୈଜୟନ୍ତଙ୍କ ଏଭଳି ବୟାନକୁ ନେଇ ଦଳ ଭିତରେ ତାଙ୍କୁ ନେଇ ସନ୍ଦେହ ବି ବଢିଯାଇଛି । ଏପରିକି ବୈଜୟନ୍ତଙ୍କ ବୟାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ସହ ମିଶିଯାଉଛି ବୋଲି ଗତକାଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ ।

ଏସବୁ ଭିତରେ ଆଜି ବୈଜୟନ୍ତଙ୍କ ଜନ୍ମ ଦିନରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଏହାର ଉତ୍ତରରେ ବିଜେଡି ସାଂସଦ ଏକ ରୋଚକ କଥା ଲେଖିଛନ୍ତି । ଖାସ କରି ଏହି ସମୟରେ ଅନ୍ୟ ବନ୍ଧୁମାନେ ଭୁଲି ଯାଇଥିବା ବେଳେ ଧର୍ମେନ୍ଦ୍ର ତାଙ୍କୁ ମନେ ପକାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ବୈଜୟନ୍ତଙ୍କ ଏହି ଟ୍ୱିଟ୍ ଏବେ ବିଜେଡି କ୍ୟାମ୍ପରେ ହଲଚଲ ସୃଷ୍ଟି କରିଛି ।