ଚିନ୍ତା ବ୍ୟକ୍ତ କଲେ ନାସା ବୈଜ୍ଞାନିକ ! କହିଲେ ମିଶନ୍ ଶକ୍ତି ଦ୍ୱାରା ଅନ୍ତରୀକ୍ଷରେ ମିଳିଲା ପଥର ,ଆଇଏସଏସ୍ ପାଇଁ ଅସୁବିଧା ବଢିଲା

594

 

ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍ ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ନାସା ତରଫରୁ ଏହି କଥାକୁ ପ୍ରମୁଖ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି । ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ । ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ । ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି । ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇଛି ।

ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ । ଏହି କାରଣରୁ ପଥର ଅନ୍ତରରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନରୁ ମଧ୍ୟ ଉପରକୁ ଚାଲିଯାଇଛି । ଏହି କାରଣରୁ ଭବିଷ୍ୟରେ ମଣିଷକୁ ଅନ୍ତରୀକ୍ଷରେ ପଠାଇବା ମୁସ୍କିଲ୍ ହୋଇଯିବ । ସେ କହିଥିଲେ,ଆମେରିକା ସେନା ଏହିଭଳି ପଥର ଖଣ୍ଡକୁ ଅନ୍ତରୀକ୍ଷରେ ଟ୍ରେକ୍ କରିଥାଏ । ସେନା ଏବେ ୧୦ ସେ.ମି. ରୁ ବଡ ୨୩ ହଜାର ଅବଜେକ୍ଟକୁ ଟ୍ରେକ୍ କରିଥାଏ ଯେଉଁଥିରୁ ୧୦ ହଜାର ଟୁକୁଡା ସ୍ପେଶ୍ ପଥରର ଆଂଶ ରହିଛି ।