ହାରିଗଲା ବାଘ ଜିତିଗଲା ମଣିଷ! ନବରଙ୍ଗପୁରରେ ବାଘ-ମଣିଷ ଲଢେଇ

59

କନକ ବ୍ୟୁରୋ : ନବରଙ୍ଗପୁରରେ ବାଘ ମଣିଷ ଲଢେଇ । ଏ ଖବର ଯେତିକି ଚାଂଚଲ୍ୟକର ସେତିକି ରହସ୍ୟମୟ । କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି । କଲରାପତରିଆ ବାଘର ମୃତ ଦେହକୁ ଉଦ୍ଧାର କରି ବନ ବିଭାଗ ବ୍ୟବଛେଦ କରିଛି । ଆଉ ବାଘ କେମିତି ମଲା ସେନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ରାସପୁର ଜଙ୍ଗଲକୁ ରୂପ ସିଂ ଯାଇଥିଲେ ଗାଈ ଗୋଠ ଧରି । ହଠାତ୍ ନିର୍ଜନ ଜଙ୍ଗଲରେ ଗର୍ଜି ଉଠିଥିଲା କଲରାପତରିଆ । ଲମ୍ପ ମାରି ଝୁଣି ନେବାକୁ ଚେଷ୍ଟା କରିଥିଲା । ହେଲେ କିଛି ମିନିଟ୍ ଧରି ସାହାସର ସହ ଲଢିଥିଲେ ରୂପ ସିଂ । ଶେଷରେ ଆତ୍ମରକ୍ଷା ପାଇଁ ବାଘକୁ ମାରିଥିଲେ ଟାଙ୍ଗିଆ ଚୋଟ । ହେଲେ ତା ପରେ ନିଜେ ନିସ୍ତେଜ ହୋଇ ପଡିଥିଲେ ।

ଅନେକ ସମୟ ପରେ ଗାଁ ଲୋକେ ଆହତ ଅବସ୍ଥାରେ ରୂପ ସିଂଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ତା ସହିତ ମଲା ବାଘ ସଂପର୍କରେ ଖବର ପହଂଚିଥିଲା ବନ ବିଭାଗ ପାଖରେ । ବନବିଭାଗ ବାଘର ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।

ସାଧାରଣତଃ ବାଘକୁ ଦେଖିଲେ ମଣିଷର ବୁଦ୍ଧି ହଜିଯାଏ । ହେଲେ ରୂପ ସିଂଙ୍କ ସାହାସ ତାଙ୍କୁ ବଂଚାଇ ଦେଇଛି ।