ମୋଦିଙ୍କ ମହାନତା ! ଫିଲିପାଇନସରେ ୯ବର୍ଷର ବାଳକକୁ ସାକ୍ଷାତ ପାଇଁ ଦେଲେ ସମୟ

21

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ନିଜର ମହାନତା ଦେଖାଇଛନ୍ତି । ଏସିଆନ ସମିତି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଫିଲିପାଇନସରେ ଅଛନ୍ତି । ଜଣେ ୯ବର୍ଷର ପିଲାକୁ ସାକ୍ଷାତ କରିବା ପାଇଁ ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ଭିତରୁ ସମୟ ବାହାର କରିଛନ୍ତି ମୋଦି ।

ଫିଲିପାଇନସର ବୁଲାକାନ ପ୍ରାନ୍ତରେ ରହୁଥିବା କାର୍ଲୋ ମିଗେଲ ସିଲଭାନୋ ହେଉଛି ସେହି ବାଳକ । ରବରକୁ ନେଇ ତିଆରି କରାଯାଉଥିବା କୃତ୍ରିମ ଗୋଡ ‘ଜୟପୁର ଫୁଟ’ ବ୍ୟବହାର କରୁଥିବା ହଜାର ହଜାର ଲୋକଙ୍କ ଭିତରୁ ଜଣେ ହେଉଛି ସିଲଭାନୋ ।
ଗୋଟିଏ ଫଟୋରେ ଦେଖାଯାଇଛି କୃତ୍ରିମ ଗୋଡ ‘ଜୟପୁର ଫୁଟ ‘ ତାଙ୍କୁ କେମିତି ଚାଲିବାରେ ସାହାଯ୍ୟ କରୁଛି । ମୋଦି ଓ ୯ ବର୍ଷର ବାଳକ ମଧ୍ୟରେ ସାକ୍ଷାତ ମାନିଲା ସ୍ଥିତ ମହାବୀର ଫିଲପାଇଲସ ଫାଉଣ୍ଡେସନ ଇନକର୍ପୋରେଟ ଠାରେ ହୋଇଥିଲା । କାର୍ଲୋ ପୋଲିସ ହେବାକୁ ଲକ୍ଷ୍ୟ ରଖଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲା । ଏନେଇ ମୋଦି ନିଜେ ଟ୍ୱିଟ କରିଛନ୍ତି । ମାନିଲା ସ୍ଥିତ ସ୍ଥିତ ମହାବୀର ଫିଲପାଇଲସ ଫାଉଣ୍ଡେସନ ଗସ୍ତ ଅଦ୍ଭୁତ ପୂର୍ବ ଥିଲା ।

ଭାରତର ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ୪୦ ବର୍ଷ ପୂର୍ବରୁ ଏଭଳି କୃତ୍ରିମ ଗୋଡ ତିଆରି କରୁଛି ।ଯାହା ପୃଥିବୀର ସବୁଠୁ ବଡ କତ୍ରିମ ଗୋଡ ନିର୍ମାଣକାରୀ ସଂସ୍ଥା । ଏମପିଏଫଆଇ ସ୍ଥାପିତ ହେବା ଦିନ ଠାରୁ ଏବେ ଯାଏ ୧୫ହଦଜାର ଲୋକଙ୍କୁ କୃତ୍ରିମ ଗୋଡ ୍ପରଦାନ କରି ନୂତନ ଜୀବନ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।