ସାମ୍ନାକୁ ଆସିଲା ବିଷ୍ଣୁ ଗୌଡ ହତ୍ୟାକାଣ୍ଡର ସତ ! ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିଲେ ଡାକ୍ତର, ଅଭିଯୁକ୍ତ ଦେଖାଇଲେ ହତ୍ୟାର ଡେମୋ । 

35

କନକ ବ୍ୟୁରୋ : କିଲର ଡାକ୍ତର ଗିରଫ ହେବା ପରେ ସାମ୍ନାକୁ ଆସିଲା ବ୍ରହ୍ମପୁର ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡର ସାଂଘାତିକ ସତ । ପ୍ରେମ, ପ୍ରଣୟ ପାଇଁ ବିଷ ଇଂଜେକସନ୍ ଦେଇ ହତ୍ୟା କରିଥିଲା ହତ୍ୟାକାରୀ ଡାକ୍ତର ହୃଷିକେଷ ପଣ୍ଡା । ଏହା ପରେ ପୋଲିସକୁ ଚକମା ଦେବା ପାଇଁ କେମିତି ରଚିଥିଲା ଷଡଯନ୍ତ୍ର, ଆଜି ପୋଲିସ୍ ସାମ୍ନାରେ ତାର ଡେମୋ ଦେଖାଇଛି  ।

ପ୍ରେମ, ପ୍ରଣୟ ଓ ହତ୍ୟାକାଣ୍ଡର ଖୁଲାସା ହେବା ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ହତ୍ୟାକାରୀ ଡାକ୍ତରର ସତ ବଖାଣିଛି ବ୍ରହ୍ମପୁର ପୋଲିସ  । କିପରି ହତ୍ୟାକଲା, କିପରି ମୃତଦେହକୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲା, ସବୁ କିଛି ଡେମୋ କରି ଦେଖାଇଛି ଗିରଫ ଅଭିଯୁକ୍ତ ହୃଷିକେଶ ତ୍ରିପାଠୀ  । ସବୁଠୁ ଭୟାନକ ହେଉଛି ଅଭିଯୁକ୍ତ ଡାକ୍ତରର ହତ୍ୟା କରିବା ତରିକା  । ବ୍ୟାଙ୍କ୍ ଏଜେଂଟ୍ ବିଷ୍ଣୁ ଗୌଡ଼ଙ୍କୁ ବିଷ ଇଂଜେକସନ୍ ଦେଇ ମାରି ଦେଇଥିବା ସ୍ୱୀକାର କରିଛି ଡାକ୍ତର ହୃଷିକେଶ ତ୍ରିପାଠୀ  । ମଦ ପିଇବା ଅଭ୍ୟାସ ଛଡ଼ାଇବା ବାହାନାରେ ବିଷ୍ଣୁଙ୍କୁ ବିଷ ଇଂଜେକସନ୍ ଦେଇ ମାରି ଦେଇଥିଲା ଅଭିଯୁକ୍ତ ।

ନର୍ସଙ୍କ ପ୍ରେମରେ ଅନ୍ଧ ହୋଇ ପଡିଥିଲା ଡାକ୍ତର ହୃଷିକେଶ ତ୍ରିପାଠୀ  । ଏପଟେ ସେହି ନର୍ସଙ୍କ ସହ ବିଷ୍ଣୁ ଗୌଡ଼ଙ୍କର ଥିଲା ବହୁ ପୁରୁଣା ସଂପର୍କ । ବିଷ୍ଣୁଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ପୂରା ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲା ଅଭିଯୁକ୍ତ ଡାକ୍ତର । ଯୋଜନା ମୁତାବକ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲା ହୃଷିକେଶ ତ୍ରିପାଠୀ ।

ବିଷ୍ଣୁଙ୍କୁ ହତ୍ୟା କରିବା ଯେତିକି ଜଘନ୍ୟ ଥିଲା, ତା’ଠାରୁ ବଳି ଯାଇଥିଲା ମୃତଦେହ ସହ ଅଭିଯୁକ୍ତ ଡାକ୍ତରର ନୃଶଂସତା । ଅପରାଧକୁ ବାଏଁ ବାଏଁ ଉଡାଇ ଦେବା ପାଇଁ କରିଥିଲା ଯୋଜନା । ମୃତ ବିଷ୍ଣୁଙ୍କ ପାଦ କାଟି ରକ୍ତ ନିଗାଡ଼ି ଦେଇଥିଲା ଡାକ୍ତର ହୃଷିକେଶ  । ଡାକ୍ତରୀ ବୁଦ୍ଧି ଲଗାଇ ମୁଣ୍ଡ-ଗଣ୍ଡି-ଗୋଡ ଅଲଗା ଅଲଗା କରି ଦେଇଥିଲା । ଏହା ପରେ ଅଳିଆ ଟାଙ୍କିରେ ପୋତି ଦେଇଥିଲା ଡାକ୍ତର । ଗିରଫ ହେବା ପରେ ନିଜେ କରିଥିବା ପାପ କର୍ମର ଡେମୋ ଦେଖାଇଛି ଅଭିଯୁକ୍ତ । ଅଗଷ୍ଟ ୧୮ ତାରିଖରେ ବିଷ୍ଣୁ ନିଖୋଜ ହୋଇ ଯାଇଥିଲେ । ଏହାର ୨୫ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ତାରିଖରେ ମିଳିଥିଲା ତାଙ୍କର ମୃତଦେହ । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି କାହାଣୀର ଅନ୍ୟ ଏକ ପ୍ରମୁଖ ଚରିତ୍ର ନର୍ସଙ୍କ ଭୂମିକା ନେଇ ଚାଲିଛି ତଦନ୍ତ ।