ଲଣ୍ଡନ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତ ଦାଖଲ କଲା ଆର୍ଥରରୋଡ ଜେଲର ଭିଡିଓ : ମାଲ୍ୟାଙ୍କୁ ମିଳିବ କିଛି ଏପରି ସୁବିଧା

26

କନକ ବ୍ୟୁରୋ : ଦେଶର ଅନେକ ଗୁଡିଏ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ବିଜୟ ମାଲ୍ୟା ବିଦେଶ ପଳାଇଛନ୍ତି । ତେବେ ଗତମାସ ଭାରତ ଆଣିବା ପାଇଁ ଭାରତ ଲଣ୍ଡନ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ବିଜୟ ମାଲ୍ୟାଙ୍କ ଭାରତ ଆସିନଥିଲେ । ତେବେ ସେ କୋର୍ଟ କହିଥିଲେ ଯେ, ଭାରତରେ ତାଙ୍କୁ ରଖିବା ଭଳି କୈାଣସି ଜେଲରେ ସୁବିଧା ନାହିଁ । ତେଣୁ ସେ ଏପରି ଜେଲରେ ରହିଲେ ତାଙ୍କ ସମ୍ମାନ ହାନି ହେବ । ତେବେ ଭାରତ ପକ୍ଷରୁ କୁହାଯାଇଥିଲା ମାଲ୍ୟାଙ୍କୁ ଭାରତରେ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

 

ତେବେ ସେଠାକାର କୋର୍ଟ ମାଲ୍ୟାଙ୍କୁ କେଉଁଠାରେ ରଖାଯିବ ତାହାର ଏକ ଭିଡିଓ କୋର୍ଟ ରେ ଦାଖଲ କରିବା ପାଇଁ କହିଥିଲେ । ମିଳିଥିବା ସୂଚନା ଅନୁସାରେ ମାଲ୍ୟାଙ୍କୁ ମହାରାଷ୍ଟ୍ରର ମୁମ୍ବାଇରୋଡରେ ଥିବା ଆଥୋର ଜେଲରେ ରଖାଯିବ । ତେଣୁ ସେ ଜେଲରେ ୮ମିନିଟର ଏକ ଭିଡିଓ ଉତ୍ତୋଳନ କରି କୋର୍ଟରେ ଦାଖଲ କରାଯାଇଛି । ସେଠାକାର ଜେଲର ୧୨ନମ୍ବର କକ୍ଷରେ ତାଙ୍କୁ ରଖାଯିବ । ଏହାସହ ସେହିଠାରେ ହିଁ ସମସ୍ତ ସୁବିଧା ତାଙ୍କୁ ମିଳିପାରିବ । ଏହାସହ ସେଠାରେ ଏକ ପ୍ରାକୃତିକ ଝରକା ରହିଛି ଯେଉଁଥିରେ କି ବାହାରର ପ୍ରାକୃତିତ ପବନ ତାଙ୍କୁ ମିଳିବା ସହ ସୂର୍ଯ୍ୟ କିରଣ ମଧ୍ୟ ତାଙ୍କୁ ମିଳିପାରିବ ।

 

କେବଳ ଏତିକି ନୁହେଁ ମାଲ୍ୟାଙ୍କୁ ସେଠାରେ ପାଠାଗାରାର ମଧ୍ୟ ସୁବିଧା ମିଳିପାରିବ । ଏହାସହ କୋର୍ଟରେ ଭାରତ ପକ୍ଷକୁ କୁହାଯାଇଛି ମାଲ୍ୟା ଯେଉଁସ୍ଥାନରେ ବା କଠୋରୀରେ ରହିବେ ସେଠାରେ ଶାନ୍ତ ପରିବେଶ ରହିଛି । ତେବେ ମାଲ୍ୟା ବାରମ୍ବାର କହିଥିଲେ ଯେ, ଭାରତରେ ଥିବା ଜେଲ ଗୁଡିକରେ ପ୍ରାକୃତିକ ପବନ ଓ ସୂର୍ଯ୍ୟ କିରଣ ପଡେ ନାହିଁ । ତେବେ ଜୁଲାଇ ୩୧ରେ ଏହାର ବିଚାର କରି କୋର୍ଟ ଭାରତକୁ ଜେଲର ଭିଡିଓ ଦାଖଲ କରିବାକୁ କହିଥିଲେ । ଭିଡିଓ କୋର୍ଟରେ ଦାଖଲ ହୋଇଛି ଓ ଏହାର ପରବର୍ତ୍ତୀ ଶୁଣାଣି ଆଗାମୀ ଡିସେମ୍ବର ୧୨ ଶୁଣାଣି ହେବ ବୋଲି ସୂଚନା ମିଳିଛି ।