ଦିଲ୍ଲୀ ପରେ ଭୁବନେଶ୍ୱରକୁ ପଦଯାତ୍ରା: ବ୍ରାହ୍ମଣୀ ଉପରେ ପୋଲ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ପ୍ରଦାନ ଦାବିରେ ରାଉରକେଲାରୁ ଚାଲି ଚାଲି ବାହାରିଲେ ମୁକ୍ତିକାନ୍ତ ବିଶ୍ୱାଳ

30

କନକ ବ୍ୟୁରୋ: ବ୍ରାହ୍ମଣୀ ଉପରେ ପୋଲ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ପ୍ରଦାନ ଦାବିରେ ଦିଲ୍ଲୀ ପରେ ଭୁବନେଶ୍ୱରକୁ ପଦଯାତ୍ରା । ରାଉରକେଲା ପାଇଁ ଲଢେଇ କରୁଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ସେ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି ।

ଜୁନ ମାସରେ ଏହି ଦାବିରେ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀର ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତି କରାଯାଇଥିଲା । ଏହି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମୁକ୍ତିକାନ୍ତ ବିଶ୍ୱାଳ ସମୟ ମାଗିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଦେଖା ମିଳିନଥିଲା । ପରେ ବାବା ବଳିଆ ଯାଇ ମୁକ୍ତିକାନ୍ତଙ୍କ ଅନଶନ ଭଙ୍ଗ କରିଥିଲେ । ସେ ରାଉରକେଲାରେ ରହି ନିଜ ଦାବି ପାଇଁ ଲଢେଇ କରିବେ ବୋଲି କହିଥିଲେ ।