ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଧୋନିଙ୍କ ଡ୍ୟାନ୍ସିଙ୍ଗ୍ ଭିଡିଓ ! ବାପାଙ୍କୁ ଡ୍ୟାନ୍ସ ଶିଖାଉଥିବା ନଜର ଆସିଲେ ଜିଭା ଧୋନି । ଦେଖନ୍ତୁ ଭିଡିଓ

273

ମହେନ୍ଦ୍ର ସିଂହ ଧୋନି ଆଜିକାଲି ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କ୍ରିକେଟ୍ ରୁ ମିଳୁଥିବା ବ୍ରେକରେ ସେ ନିଜ ଝିଅ ଜିଭା ସହ ବିତାଉଛନ୍ତି । ଜିଭା ସହ ବିତାଇଥିବା ସବୁ ମସ୍ତିଭରା ଭିଡିଓ ସେ ସୋସିଆଲ୍ ମିଡିଆରେ ଛାଡୁଛନ୍ତି । ବର୍ତ୍ତମାନ ଉଭୟ ବାପ ଝିଅଙ୍କ ଡ୍ୟାନ୍ସିଙ୍ଗ୍ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ମାହି ଜିଭାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଝିଅ ଜିଭା ପ୍ରଥମେ ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ମାହି ଜିଭାଙ୍କୁ ନକଲ କରୁଛନ୍ତି ।

 

View this post on Instagram

 

Even better when we are dancing @zivasinghdhoni006

A post shared by M S Dhoni (@mahi7781) on

କିଛି ସମୟ ହେଲା ଧୋନି ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ହେବା ସହ ଝିଅ ଜିଭା ସହ ମଧ୍ୟ ମସ୍ତି କରୁଥିବା ନଜର ଆସିଛନ୍ତି । ଏହା ପୂର୍ବରୁ ଏମ୍.ଏସ୍ ଧୋନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଜିଭା ସହ ତାମିଲ ଏବଂ ଭୋଜପୁରୀ ଭାଷାରେ କଥା ହେଉଥିବା ନଜର ଆସିଥିଲା । ଏହି ଭିଡିଓକୁ ମଧ୍ୟ ପ୍ରଶଂସକ ଖୁବ୍ ପସନ୍ଦ କରିଥିଲେ ।