କେନ୍ଦ୍ରକୁ MSME ଚିନ୍ତା ! MSME ଉଦ୍ୟୋଗ ବୃଦ୍ଧି ପାଇଁ ଦେଶରେ ଖୋଲିବ ଆଉ ୧୫ଟି ଟ୍ରେନିଂ ସେଣ୍ଟର, ଓଡିଶା ଉପରେ ଫୋକସ ।

28

୨୦୧୮- ୧୯ ଆର୍ଥିକ ବର୍ଷରେ ବ୍ୟାଙ୍କମାନଙ୍କୁ ୪୦ରୁ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଯୋଗାଇ ଦେବେ କେନ୍ଦ୍ର ସରକାର । ଯାହାଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗକୁ ଋଣ ସହାୟତା ବୃଦ୍ଧି କରାଇବା ପାଇଁ ସହାୟକ ହେବ । ଏବଂ ଉଦ୍ୟୋଗର ସଂଖ୍ୟା ବଢ଼ିଲେ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏନେଇ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଣ୍ଟର ଠାରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । କେନ୍ଦ୍ର ଏମଏସଏମଇ ମନ୍ତ୍ରଣଳାୟର ସଚିବ ଅରୁଣ କୁମାର ପଣ୍ଡାଙ୍କ ସୁଚନା ମୁତାବକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ କିଭଳି ଅଧିକ ଋଣ ସହାୟତା ମିଳିବ, ସେନେଇ ଓଡିଶାର ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ସଂଗଠନ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ ଠାରେ କ୍ଷୁଦ୍ର ଶିଳ୍ପ କ୍ଲଷ୍ଟର ଖୋଲିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ମନ୍ତ୍ରଣାଳୟ ଯୋଜନା କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷ ବହୁଳ ପରିମାଣରେ କରାଯାଉଥିବାରୁ ସେଠାରେ ସୁବାଷିତ ଓ ସୁଗନ୍ଧିତ ଉଦ୍ୟୋଗ କ୍ଷେତ୍ରରେ ଛୋଟ ଛୋଟ କ୍ଲଷ୍ଟର ଖୋଲିବା ପାଇଁ ଉଦ୍ୟମ କରାଉଛି ବୋଲି କେନ୍ଦ୍ର ବିଭାଗୀୟ ସଚିବ କହିଛନ୍ତି । ଏଥି ପାଇଁ ମନ୍ତ୍ରଣଳୟ ତରଫରୁ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୫ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ କ୍ରେଡିଟ ଲିଙ୍କେଜର ବ୍ୟବସ୍ଥା କରାଯାଇଛି । ସେହିପରି କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟର ସଚିବଙ୍କ କହିବା ଅନୁସାରେ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲାରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ଶିଳ୍ପପୁଞ୍ଜ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉଛି । ଓଡିଶାର ୧୦ଟି ଏହି ଭଳି ଆକାଂକ୍ଷୀ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପୁଞ୍ଜ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି । ବର୍ତ୍ତମାନ ଦେଶରେ ୧୮ଟି କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଣ୍ଟର ରହିଥିବାବେଳେ ଭୁବନେଶ୍ୱର, େଓøରଙ୍ଗାବାଦ ଓ ମୁମ୍ବାଇ ଟୁଲରୁମ ଓ ଟ୍ରେନିଂ ସେଣ୍ଟରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ଆଉ ୧୫ଟି କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ସ୍ଥାନୀୟ ଶିକ୍ଷିତ ଯୁବକ-ଯୁବତୀଙ୍କୁ ଉଚ୍ଚକୋଟୀର ତାଲିମ ପ୍ରଦାନ କରାଯାଇ ପାରିବ । ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।