ଦିନକ ପୂର୍ବରୁ ପହଂଚିଲା ମୌସୁମୀ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚମକାଇଲା ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନର ଦିନକ ଆଗରୁ ପହଂଚିଲା ମୌସୁମୀ ବାୟୁ । ଆଜି କେରଳ ଓ ଲାକ୍ଷାଦ୍ୱୀପ ଉପକୂଳ ଛୁଇଁଛି ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ । ଏହାର ପ୍ରଭାବରେ ବର୍ଷା ଲାଗିରହିଛି । ବିଷୁବ ମଣ୍ଡଳୀୟ ପ୍ରବାହ ସକ୍ରିୟ ଥିବାରୁ ଏହା ମୌସୁମୀର ଆଗୁଆ ଆଗମନରେ ସହାୟକ ହୋଇଛି । ତେବେ ପୂର୍ବରୁ ମୌସୁମୀ ୯ ତାରିଖ ଅର୍ଥାତ ଆସନ୍ତାକାଲି କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଏବେ ମୌସୁମୀ କେରଳ ଛୁଇଁଥିବାବେଳେ ଆଗାମୀ ଦୁଇଦିନ ଭିତରେ ଓଡିଶାକୁ ମୌସୁମୀ ଆଗମନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି । ତଥାପି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରକ ମୌସୁମୀ ପ୍ରଭାବ ପରିଲକ୍ଷିତ ହେଉଛି । ଅଧିକାଂଶ ସ୍ଥାନରେ ତାପମାତ୍ରା କମିଥିବାବେଳେ ସ୍ଥାନେସ୍ଥାନେ ବର୍ଷା ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି ।