ବ୍ୟକ୍ତିଗତ କାମ ପାଇଁ ସରକାରୀ ଗାଡ଼ି ବ୍ୟବହାର କଲେ କଟିବ ଦରମା ! ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହେଲା ବ୍ୟବସ୍ଥା ?

60

ସରକାରୀ ଗାଡ଼ିକୁ ବ୍ୟକ୍ତିଗତ କାମରେ ଲଗାଇପାରିବେ ନାହିଁ ସରକାରୀ କର୍ମଚାରୀ । ଯଦି କରିବେ ତେବେ ନିଜ ଖର୍ଚ୍ଚରେ ହିଁ ବ୍ୟବହାର କରିପାରିବେ । ଅର୍ଥାତ୍ ବ୍ୟକ୍ତିଗତ କାମ ପାଇଁ ସରକାରୀ ଗାଡ଼ି ବ୍ୟବହାର କଲେ ସରକାରୀ କର୍ମଚାରୀଙ୍କ ଦରମା କଟିବ । ହରିୟାଣାରେ ଆରମ୍ଭ ହୋଇଛି ଏହି ନୂଆ ନିୟମ । ହରିୟାଣାରେ ଏବେ ପ୍ରଶାସନିକ ସଚିବ, ବୋର୍ଡ଼ ନିଗମ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ସରକାରୀ ଅଫିସ ଗାଡ଼ିକୁ ବ୍ୟକ୍ତିଗତ ବ୍ୟବହାର କଲେ ଦରମା କଟିବ । ସରକାରୀ ବାହନରେ କାର୍ଯ୍ୟାଳୟରୁ ଘରକୁ ଆସିବା ପାଇଁ ଏକ ହଜାର କିମି ପର୍ଯ୍ୟନ୍ତ ଯାତ୍ରା ମାଗଣା ରହିବ । ଏଥିରୁ ଅଧିକ ଯାତ୍ରା କଲେ ସରକାରୀ କର୍ମଚାରୀଙ୍କ ଦରମା କଟିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ଠାରୁ ଆରମ୍ଭ କରି ଅତିରିକ୍ତ ପ୍ରଧାନ ସଚିବ , ଉପପ୍ରଧାନ ସଚିବ ଓ ଓଏସଡ଼ି ପର୍ଯ୍ୟନ୍ତ କେହି ମଧ୍ୟ ଏହି ନିୟମକୁ ଅମାନ୍ୟ କରିବେ ନାହିଁ । ସମସ୍ତେ ନିୟମ ମାନିବା ପାଇଁ ବାଧ୍ୟ । ତେବେ ଯାତ୍ରା ଖର୍ଚ୍ଚ ଅଧିକ ହେଲେ ସରକାରଙ୍କୁ ଲିଖିତ ଭାବେ ସୂଚନା ଦେବେ ଅଫିସର । । ଏହାବ୍ୟତୀତ ସେମାନେ ନିଜ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଗାଡ଼ିକୁ ବ୍ୟବହାର କରିନାହାନ୍ତି ବୋଲି ସରକାରଙ୍କୁ ଲିଖିତ ସୂଚନା ଦେବେ ଆଉ ତା’ପରେ ଯାଇ ଡିସେମ୍ବରରେ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ ।

ସୂଚନା ଅନୁସାରେ ର୍ପୂବରୁ ହିଁ ଏନି ନିୟମ ତିଆରି କରିଛନ୍ତି ହରିୟାଣା ସରକାର । ଗାଡ଼ିର ବ୍ୟକ୍ତିଗତ ବ୍ୟବହାର ପାଇଁ ଅପିସରଙ୍କୁ ରିକୋଭର ବ୍ୟବସ୍ଥା ରହିଛି । କିନ୍ତୁ ପୂର୍ବରୁ ଏହି ନିର୍ଦ୍ଦେଶ ମାନୁନଥିଲେ ସରକାରୀ ଅଫିସର । ତେବେ ଏବେ ମୁଖ୍ୟ ସଚିବ ତୁରନ୍ତ ଏହି ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।