ବଢିଲା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ । ଏମଏସପିରେ ୧୦୫ ଟଙ୍କା ବୃଦ୍ଧି ପାଇ ହେଲା ୧୮ ଶହ ୪୦ ଟଙ୍କା, ରବି ଫସଲର ଏମଏସପି ବି ବଢାଇଲେ ସରକାର

61

କନକ ବ୍ୟୁରୋ : ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା । ଏମଏସପିରେ ୧୦୫ ଟଙ୍କା ବୃଦ୍ଧି ପାଇ ୧୮୪୦ ଟଙ୍କା ହୋଇଛି । ଅନ୍ୟ ରବି ଫସଲ ଗୁଡିକର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି । ଯଅର ଏମଏସପି କ୍ୱିଣ୍ଟାଲ ପିଛା ୩୦ ଟଙ୍କା ବୃଦ୍ଧି ପାଇ ୧୪୪୦, ଚଣାରେ ୨୨୦ ଟଙ୍କା ବୃଦ୍ଧି ପାଇ ୪୬୨୦ ହୋଇଛି । ସେହିପରି ମସୁରରେ ୨୨୫ ଟଙ୍କା, ସୋରିଷରେ ୨୦୦ ଟଙ୍କା ଏବଂ କୁସୁମରେ ଏମଏସପି କ୍ୱିଣ୍ଟାଲ ପିଛା ୮୪୫ ଟଙ୍କା ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

 

ରବି ଫସଲ ଗୁଡିକର ଏମଏସପି ବୃଦ୍ଧି ପାଇବାରୁ ଚାଷୀଙ୍କ ପାଖରେ ଅତିରିକ୍ତ ୬୨ ହଜାର ୬୩୫ କୋଟି ଟଙ୍କା ପହଂଚିବ ବୋଲି ଆକଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରବି ଫସଲଗୁଡ଼ିକର ଏମଏସପି ବୃଦ୍ଧି ପାଇଥିବାରୁ ଚାଷୀଙ୍କ ପାଖରେ ଅତିରିକ୍ତ ୬୨,୬୩୫ କୋଟି ଟଙ୍କା ପହଞ୍ଚିବ ବୋଲି ଆକଳନ କରାଯାଇଛି।