ଏହି ଲୋକମାନେ ଟ୍ରେନରେ ବିନା ଟିକେଟରେ କରିପାରିବେ ଯାତ୍ରା ! ଜାଣନ୍ତୁ କଣ ରହିଛି ନିୟମ ଏବଂ କେମିତି ନେବେ ଫାଇଦା ।

76

ଯଦି ଆପଣ ଟ୍ରେନ୍ ଜରିଆରେ ଯାତ୍ରା କରୁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । କାହିଁକି ନା ରେଲୱେ ରିଜର୍ଭେସନରେ ଯାତ୍ରୀ ମାନଙ୍କୁ ଅନେକ ରିହାତି ମିଳିଥାଏ । ଏପରିକି ଅନେକ ଲୋକମାନଙ୍କୁ ଟ୍ରେନରେ ମାଗଣାରେ ଯାତ୍ରା କରିବାର ଅଫର ମଧ୍ୟ ଦେଇଥାଏ ଭାରତୀୟ ରେଳବାଇ । ତେବେ ଜାଣନ୍ତୁ କେଉଁ ଟିକେଟରେ ଆପଣଙ୍କୁ ରିହାତି ମିଳିପାରିବ ।

ସମସ୍ତେ ଜାଣିଥାନ୍ତି, ଟ୍ରେନରେ ଯାତ୍ରା କରିବାରେ କେବଳ ବୃଦ୍ଧ ବୟସ୍କ ଏବଂ ଦିବ୍ୟାଙ୍ଗ ମାନଙ୍କୁ ରିହାତି ମିଳିଥାଏ । କିନ୍ତୁ ଏବେ ଏହି କ୍ୟାଟାଗୋରିରେ ବେରୋଜଗାର ଯୁବକମାନେ ମଧ୍ୟ ସାମିଲ ଅଛନ୍ତି । ଭାରତୀୟ ରେଳବାଇ ଏହି ବର୍ଗର ଲୋକମାନଙ୍କୁ ମଧ୍ୟ ଶସ୍ତାରେ ଯାତ୍ରା କରାଇଥାଏ । ଯୁବକମାନଙ୍କୁ ଟିକେଟ୍ ଉପରେ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ । ତେବେ ଜାଣନ୍ତୁ ଭାରତୀୟ ରେଳବାଇ ଏହି ଲୋକମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ କ୍ଲାସରେ ଯାତ୍ରା କରିବା ପାଇଁ ଶସ୍ତା ଟିକେଟ୍ ଦେଇଥାଏ ।

ଷ୍ଟାଚୁଟୋରୀ ବଡି, ମ୍ୟୁନିସିପାଲଟି କର୍ପୋରେସନ୍, ଗର୍ମେଣ୍ଟ ଅଣ୍ଡରଟେକିଙ୍ଗ, ୟୁନିଭରସିଟି କିମ୍ବା ପବ୍ଲିକ ସେକ୍ଟରରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ବେରୋଜଗାରୀ ଯୁବକମାନଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ଟିକେଟରେ ୫୦ ପ୍ରତିଶତ ରିହାତି ମିଳିଥାଏ । ତେବେ ଏହି ରିହାତି ସେକେଣ୍ଡ କ୍ଲାସ ଏବଂ ସ୍ଲିପର କ୍ଲାସରେ ଯାତ୍ରା ପାଇଁ ଉଦ୍ଦିଷ୍ଟ ରହିଥାଏ । କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ବେରୋଜଗାର ଯୁବକମାନଙ୍କୁ ସ୍ଲିପର କ୍ଲାସ ଟିକେଟରେ ୫୦ ପ୍ରତିଶତ ଏବଂ ସେକେଣ୍ଡ କ୍ଲାସ ଟିକେଟରେ ୧୦୦ ପ୍ରତିଶତର ରିହାତି ମିଳିଥାଏ ।