ନୂଆ ନୋଟରେ ମୋଦିଙ୍କ ଭାଷଣ ! ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

56

କନକ ବ୍ୟୁରୋ : ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟରେ ମୋଦିଙ୍କ ଭାଷଣରେ କ’ଣ ରହିଛି ? ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ । ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଏବେ ଏହି ପ୍ରଶ୍ନ ଉଠିଛି । ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟକୁ ସ୍କାନ କଲେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ଭିଡିଓ ଦେଖିବାକୁ ମିଳୁଛି । ବିମୁଦ୍ରାକରଣ ଉପରେ ମୋଦିଙ୍କ ଭାଷଣ ଏବେ ନୂଆ ହଜାରେ ଓ ପାଂଚଶହ ଟଙ୍କିଆ ନୋଟରେ ଦେଖିବାକୁ ମିଳୁଛି ।

ସ୍ମାର୍ଟ ଫୋନରେ “ମୋଦି କି ନୋଟ’ ନାମକ ଏକ ଆପ ଡାଉନଲୋଡ କରି ଏହାଦ୍ୱାରା ନୂଆ ନୋଟକୁ ସ୍କାନ କଲେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଦେଖିବା ସହ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୋଟ ମଝିରେ ମୋଦିଙ୍କ ଭାଷଣ ଦେଖିବାକୁ ମିଳୁଛି । ଏବେ ଏହି ପୋଷ୍ଟ ଭାଇରାଲ ହେଉଛି । ଫେସବୁକ୍ ୟୁଜର ଏହାକୁ ବିପୁଳ ପରିମାଣରେ ସେୟାର କରିବାରେ ଲାଗିଛନ୍ତି ।

ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :