ସେଲଫି ନେଉଛି ଜୀବନ : ଭାରତରେ ସର୍ବାଧିକ ମୃତ୍ୟୁ ସଂଖ୍ୟା

47

selfi-696x464ଦୁନିଆ ଦିନକୁ ଦିନ ସ୍ମାର୍ଟ ହୋଇଚାଲିଛି । ଡିଜିଟାଲ ଦୁନିଆରେ ଏବେ ସମସ୍ତେ । ହାତରେ ସ୍ମାର୍ଟ ଫୋନ ଥିଲେ । ସବୁ କିଛି ହାତ ମୁଠାରେ । ଆଉ ଫଟୋ ଉଠାଇବା ପାଇଁ ଯିବାକୁ ପଡୁନି ଷ୍ଟୁଡିଓ ଓ ଫଟୋଗ୍ରାଫରଙ୍କ ନିକଟକୁ । ଏହା ସହ ସୋସିଆଲ ମିଡିଆର ମାନିଆ । ଚଟାପଟ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ଛାଡିବାର ପ୍ରୟାସରେ ଛୋଟ ଠାରୁ ବଡ ସମସ୍ତେ ।

ସେଲଫି ନେବାରେ ଚାଲିଛି ଯେମିତି ପ୍ରତିଯୋଗୀତା । ଲୋକମାନେ ଏଥିପାଇଁ ସ୍ଥାନ କାଳ ପାତ୍ର ବି ମାନୁ ନାହାଁନ୍ତି । ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ଉଠାଉଛନ୍ତି ଅନେକ । ଆଉ ଏଥିପାଇଁ ଜୀବନ ପଡୁଛି ବାଜି । ତଥାପି କେହି ସଜାଗ ହେଉ ନାହାଁନ୍ତି ।

111ଏକ ଅଧ୍ୟୟନରୁ ଜଣାପଡିଛି ସାରା ବିଶ୍ୱରେ ଏହି ସେଲଫିରେ ଯେତେ ମୃତ୍ୟୁ ଘଟୁଛି ସବୁଠୁ ଆଗରେ ଅଛି ଭାରତ । ଭାରତରେ ସେଲଫିର ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ଦୁଇ ବର୍ଷରେ ଭାରତରେ ସର୍ବାଧିକ ସେଲଫି ମୃତ୍ୟୁ ସଂଖ୍ୟା । ରିସର୍ଚ୍ଚମାନଙ୍କ ଅନୁଧ୍ୟାନରୁ କଚ୍ଚାପଡିଛି ୨୦୧୪ରୁ ଆଜିଯାଏ ୧୨୪ରେ ପହଁଚିଛି ସେଲଫି ମୃତ୍ୟୁ । ୨୦୧୫ରେ ଅଧିକ ସେଲଫି ମୃତ୍ୟୁ ଭାରତରେ ହୋଇଛି ।

trainଗତ ସପ୍ତାହରେ ଏମିତି ଏକ ଖବର ଚାରିଆଡେ ଚର୍ଚ୍ଚା ପାଲଟିଥିଲା । ଉତ୍ତର ଭାରତର କିଛି ଛାତ୍ର ଏକ ଚଳନ୍ତା ଟ୍ରେନ ଆଗରେ ଏକ ବିପଦଜନକ ସେଲଫି ନେଇ ମୃତ୍ୟୁର ଶୀକାର ବନିଥିଲେ । ୯ ସେଲଫି ମୃତ୍ୟୁ ସହ ପାକିସ୍ତାନ ରହିଛି ଦ୍ୱିତୀୟରେ । ଏହାପଛକୁ ରହିଛି ଆମେରିକା । ୮ଜଣଙ୍କ ମୃତ୍ୟୁ ଏଥିରେ ଘଟିଛି । ଏହାପରେ ରହିଛି ରୁଷିଆ । ୬ ଜଣକ ମୃତ୍ୟୁ ହୋଇଛି ଏହି ସେଲଫିରେ ।

ବିପଦପୂର୍ଣ୍ଣ ସେଲଫି ଉଠାଇବାରେ କିନ୍ତୁ ଲଗାମ ଲାଗୁନି ଏଯାଏ । ଏହାକୁ ଏକ ସଉକ ଭାବି ନେଉଛନ୍ତି ଲୋକେ । ଯାହା ଫଳରେ ନିଜର ଅମୂଲ୍ୟ ଜୀବନ ବନ୍ଧା ପଡିଯାଉଛି ମୃତ୍ୟୁ ପାଖରେ ।