ଶ୍ରୀଲଙ୍କାରେ ବି ମୋଦି ମାନିଆ ! କଲମ୍ବୋରେ ବୈଶାଖ ଦିବସରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

34

କନକ ବ୍ୟୁରୋ : ପଡୋଶୀ ଶ୍ରୀଲଙ୍କାରେ ବି ମୋଦି ମାନିଆ । ଏବେ ଦୁଇଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି କଲମ୍ବୋରେ ବୈଶାଖୀ ଉତ୍ସବରେ ସାମିଲ ହୋଇଛନ୍ତି । ଉତ୍ସବରେ ମୋଦିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ।

ମୋଦିଙ୍କ ଗସ୍ତବେଳେ କଲମ୍ବୋରେ ଚୀନର ବୁଡାଜାହାଜ ପ୍ରବେଶକୁ ଅନୁମତି ଦେଇନାହିଁ । ୨୦୧୪ରେ ଚୀନର ଏଭଳି ପଦକ୍ଷେପକୁ ଭାରତ ତୀବ୍ର ବିରୋଧ କରିଥିଲା । ଶ୍ରୀଲଙ୍କାର ଅଧିକାଂଶ କ୍ଷେତ୍ରରେ ଚୀନ ପୁଞ୍ଜିନିବେଶ କରିଛି । ଆଉ ମୋଦିଙ୍କ ଗସ୍ତବେଳେ ଶ୍ରୀଲଙ୍କାର ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।