ବିନା ବିଜୁଳିରେ ଘରକୁ ଥଣ୍ଡା ରଖିବେ କିପରି ? ଆପଣାନ୍ତୁ ଏହି ୫ ଟି ସରଳ ଉପାୟ

65

ଗରମ ଆରମ୍ଭ ହୋଇଯାଇଛି । ଏବେ ତାପମାତ୍ରା ୪୫ ଡିଗ୍ରୀରୁ ଉପରେ ରହୁଛି । ଏହାସହ ଅନେକ ସ୍ଥାନରେ ଏବେ ପାୱାର କଟ ଆରମ୍ଭ ହୋଇଯାଇଛି । ଏମିତିରେ ଆପଣ ନିଜ ଘରକୁ ଯଦି ଟିକେ ବଦଳାଇ ପାରିବେ ତେବେ ଆପଣ ଗରମରୁ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା କିଛି ଉପାୟ ଯାହାଦ୍ୱାରା ବିଜୁଳି ଚାଲିଯିବା ପରେ ମଧ୍ୟ ଆପଣ ଗରମରୁ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା ଏପରି କିଛି ସରଳ ଉପାୟ ।

୧.ଘରକୁ ମାମୁୁଲି ରୂପେ ବଦଳାନ୍ତୁ-
ଆମେରିକାର ଏକ ଉତ୍ସ ବିଭାଗ ଅନୁସାରେ ଠିକ ଦିଗରେ ଝରକା ଥିଲେ ଘର ଭିତରେ ୭୭ ପ୍ରତିଶତ କମ ଗରମ ଅନୁଭୂତ ହେବ । ଝରକା ଏପରି ସ୍ଥାନରେ ରହିବା ଉଠିତ୍ ଯେଉଁଠି ଉତ୍ତମ ରୂପେ ବାୟୁ ଚଳାଚଳ ହୋଇପାରିବ । ଏହାସହ ସୂର୍ଯ୍ୟ ପଡୁଥିବା ବୀପରିତ ଦିଗରେ ହିଁ ଝରକା କରବା ଉଚିତ ।

୨.ଛାତରେ ଗରମରୁ ରକ୍ଷା ପାଇଁବା ପାଇଁ ପେଣ୍ଟ କରନ୍ତୁ –
ଅନେକ କମ୍ପାନୀ ହିଟ ପ୍ରୁଫିଙ୍ଗ ପେଣ୍ଟ ବା ଗରମରୁ ରକ୍ଷା କରୁଥିବା ପେଣ୍ଟ ତିଆରି କରନ୍ତିି । ଏହି ପେଣ୍ଟ ଘର ଛାତ ଉପରେ ଲଗାଇବା ଦ୍ୱାରା ଗରମ ୧୦ ରୁ ୧୫ ପ୍ରତିଶତ କମିଯିବ । ଏହି ପେଣ୍ଟ ଘର ଛାତରେ ଲଗାଇବା ଦ୍ୱାରା ଛାତ କମ୍ ଗରମ ରହେ ।

୩.ଘର ଭିତର ପାଇଁ ମଧ୍ୟ ଠିକ ପେଣ୍ଟ ବାଛନ୍ତୁ-
ସାଧାରଣତଃ ଲୋକମାନେ ନିଜ ପସନ୍ଦ ଅନୁସାରେ ଘର ରଙ୍ଗ କରନ୍ତି । ଏହି ଚକରରେ ଲୋକମାନେ ରଙ୍ଗର ଗୁଣ ଉପରେ ଧ୍ୟାନ ଦିଅନ୍ତି ନାହିଁ । ତାପମାତ୍ରା କମ କରିବା ପାଇଁ ଘରେ ୱାଟର ବେସଡ ପେଣ୍ଟ ଲଗାଇବା ଜରୁରୀ ।

୪.ଲାଇଟ ଓ ବୈଦୁତିକ ଉପକରଣର ସଠିକ ବ୍ୟବହାର-
ଚେଷ୍ଟା କରନ୍ତୁ ଖରା ଦିନରେ ଅଳ୍ପରୁ ଅଳ୍ପ ଲାଇଟ ଜଳାଇବା ପାଇଁ । ଏହାସହ ବୈଦୁତିକ ଉପକରଣର ଅଧିକ ବ୍ୟବହାର ଯୋଗୁଁ ଘର ଅଧିକ ଗରମ ହୋଇଯାଏ । ତେଣୁ ଗରମରୁ ରକ୍ଷା ପାଇବା ପାଇଁ ବୈଦୁତିକ ଉପକରଣର ସଠିକ ବ୍ୟବହାର କରନ୍ତୁ ।

୫.ବାହାର ଗରମକୁ କରନ୍ତୁ ଏହିପରି କମ-
କାନ୍ଥରେ ସୂର୍ଯ୍ୟ କିରଣ ପଡିବା ଦ୍ୱାରା ଘରର ତାପମାତ୍ରା ବଢିଯାଏ । ଯଦି ଘରର କାନ୍ଥ ଥଣ୍ଡା ରହିବ ତେବେ ଆପଣଙ୍କୁ ଘରେ ବେଶୀ ଗରମ ଅନୁଭୂତ ହେବ ନାହିଁ । ଏଥିପାଇଁ ଘର ବାହାରେ ଗରମ ବିକିରଣ ପେଣ୍ଟ ଲଗାନ୍ତୁ ଓ ଗରମରୁ ରକ୍ଷା ପାଆନ୍ତୁ ।