ମ୍ୟାନ ଭର୍ସେସ ୱାଇଲ୍ଡରେ ମୋଦିଙ୍କ ନିଆରା ଅନ୍ଦାଜ : ସାମ୍ନାକୁ ଆସିଲା ଆଉ ଏକ ନୂଆ ଭିଡିଓ, ଅଗଷ୍ଟ ୧୨ରେ ପ୍ରସାରଣ ହେବ କାର୍ଯ୍ୟକ୍ରମ

480

କନକ ବ୍ୟୁରୋ : ପରଦାରେ ଦେଖିବାକୁ ମିଳିବ ମୋଦି ଯାଦୁ । ମ୍ୟାନ୍ ଭର୍ସେସ ୱାଇଲ୍ଡରେ ନଜର ଆସିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସକଭରୀ ଚ୍ୟାନେଲର ଚର୍ଚ୍ଚିତ ସୋ’ ମ୍ୟାନ ଭର୍ସେସ ୱାଇଲ୍ଡରେ ଭାରତର ପ୍ରଧାନମନ୍ତ୍ରୀ ଦେଖାଇବେ ଜଲୱା । ଅଗଷ୍ଟ ୧୨ତାରିଖରେ ଏହି କାର୍ଯ୍ୟକ୍ରମ ଟେଲିକାଷ୍ଟ ହେବାକୁ ଥିବା ବେଳେ ଏବେ ଏହାର ଏକ ନୂଆ ଭିଡିଓ ଟ୍ୱିଟ କରିଛି ବିଜେପି । ପ୍ରାୟ ସାଢେ ଚାରି ମିନିଟର ଏହି ଭିଡିଓରେ ପିଲାବେଳୁ ମୋଦି କିପରି ଜଙ୍ଗଲୀ ଜୀବଜନ୍ତୁଙ୍କ ସାମ୍ନା କରିଛନ୍ତି ସେ ସମ୍ପର୍କରେ ବଖାଣିଛନ୍ତି । ଏହାସହ ଜୀବଜନ୍ତୁଙ୍କ ଶିକାର କରିବା ତାଙ୍କ ପରମ୍ପରା ଅନୁମତି ଦିଏ ନାହିଁ ବୋଲି ମୋଦି କହିଛନ୍ତି । ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପରଦାରେ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ।

ମ୍ୟାନ ଭର୍ସେସ ୱାଇଲ୍ଡରେ ମୋଦି । ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ର ହୋଷ୍ଟ ବେୟର ଗ୍ରୀଲ୍ସ ସାରା ବିଶ୍ୱରେ ବେଶ ଲୋକପ୍ରିୟ । ଡିସକଭରୀ ଚ୍ୟାନେଲ ଏକ ପ୍ରମୋ ଭିଡ଼ିଓ ରିଲିଜ କରିଛି । ଭିଡ଼ିଓରେ ମୋଦିଙ୍କ ଓ ବେୟର ଗ୍ରୀଲ୍ସଙ୍କ ରୋମାଞ୍ଚରକର ଯାତ୍ରାର ଛଲକ ଦେଖିବା ପାଇଁ ମିଳୁଛି । ଏହି ଏପିସୋଡ଼କୁ ଉତ୍ତର ଭାରତ ର ହିମାଳୟ ପାଦଦେଶରେ ସୁଟ କରାଯାଇଛି । ମୋଦିଙ୍କ ସହ ସୁଟିଂ ହୋଇଥିବା ଏପିସୋଡ଼ ଡିସକଭରୀ ଚ୍ୟାନେଲ, ପାଖାପାଖି ୧୮୦ ଦେଶରେ ଦେଖାଇବା ପାଇଁ ପ୍ରସ୍ତୁତି ଚଳାଇଛି ।

ପ୍ରମୋରେ ଦେଖିବାକୁ ମିଳୁଛି, ମୋଦିଙ୍କ ହାତରେ ରହିଛି ବାଉଁଶ ତିଆରି ବର୍ଚ୍ଛା  । ବେୟର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରୁଛନ୍ତି, ଏବେ ଆପଣଙ୍କ ସାମ୍ନାକୁ ବାଘ ଆସିଲେ ବର୍ଚ୍ଛା ସାହାଯ୍ୟରେ ତାକୁ ମାରିବେ କି ? ତେବେ ଏହାର ଉତ୍ତରରେ ମୋଦି କହୁଛନ୍ତି ମାରିବା ମୋ ସଂସ୍କାରରେ ନାହିଁ । ଅନ୍ୟପଟେ ବର୍ଚ୍ଛାକୁ ବେୟର ଗ୍ରୀଲ୍ସ ନେବାକୁ ଉଦ୍ୟତ ହେଉଥିବା ମୋଦି କହିଛନ୍ତି, ମୁଁ ସୁରକ୍ଷା ପାଇଁ ଏହାକୁ ପାଖରେ ରଖିବି ।

ଜଙ୍ଗଲରେ ମଣିଷ ବଂଚିବା ପାଇଁ କିଭଳି ସଂଘର୍ଷ କରିଥାଏ ତାକୁ ନେଇ ଡିସ୍କଭରି ଚ୍ୟାନେଲର ଏହି କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ବିଶେଷ କରି ପ୍ରଦର୍ଶିତ ହୋଇଥାଏ । ମୋଦିଙ୍କ ପୁର୍ବରୁ ବାରାକ ଓବାମାଙ୍କ ପରି ଦିଗଜ ନେତାମାନେ ଏହି ସୋରେ ନଜର ଆସିଛନ୍ତି । ମୋଦି ଭାରତୀୟ ରାଜନୀତିର ପ୍ରଥମ ନେତା, ଯିଏ ଆନ୍ତର୍ଜାତୀୟ ସୋ’ରେ ପ୍ରଥମ ଥର ପାଇଁ ନଜର ଆସିବେ । ମୋଦିଙ୍କ ପୂର୍ବରୁ କୌଣସି ଭାରତୀୟ ନେତା କିମ୍ବା ଅଭିନେତା ଏହି ଲୋକପ୍ରିୟ ସୋ’ରେ ନଜର ଆସିନାହାନ୍ତି । ହିନ୍ଦୀ, ତେଲୁଗୁ, କନ୍ନଡ଼, ମାଲାୟଲମ ଓ ମରାଠୀ ଭାଷାରେ ଏହାର ପ୍ରସାରଣ କରାଯିବ । ହିମାଳୟରେ କିଭଳି ଭାବେ ମୋଦି ଜୀବନ ବିତାଇଛନ୍ତି ତାହା ଦେଖିପାରିବେ ଦର୍ଶକ । ମୋଦି ପ୍ରାଣୀ ସଂରକ୍ଷଣ ଓ ପରିବଶେ ପରିବର୍ତ୍ତନ ସଂକ୍ରାନ୍ତ ସଚେିନତା ପାଇଁ ଏହି ସୋ’ ସୁଟି କରିଛନ୍ତି ।