କିଏ ହେବ କଂଗ୍ରେସ ଅଧ୍ୟକ୍ଷ? କାଲି ଫଇସଲା… ଆଗରେ ମୁକୁଲ ୱାସନିକ ।

ଶନିବାର ବସୁଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯାଇପାରେ । ଜୁଲାଇ ୩ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଠାରୁ ଏହି ଆସନକୁ ନେଇ ଅନେକ ସଂଶୟ ଦେଖାଦେଇଥିଲା । ସୋନିଆ ଗାନ୍ଧୀଙ୍କ ପରେ ରାହୁଲ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ବେଳେ ଦଳ କିନ୍ତୁ ତାଙ୍କୁ ନେତୃତ୍ୱରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ଯାହାର ଉତରଦାୟିତ୍ୱ ରାହୁଲ ମୁଣ୍ଡାଇବା ସହ ଏହି ଗୁରୁ ଦାୟିତ୍ୱରୁ ଇସ୍ତଫା ଦେଇଥିଲେ ।

372

କଂଗ୍ରେସର କିଏ ହେବ ଅଧ୍ୟକ୍ଷ? ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ଆସନରେ କାହାକୁ ଦାୟିତ୍ୱ ଦେବେ ଶୀର୍ଷ ନେତୃତ୍ୱ । ଯେତେବେଳେ ଦଳ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାର ଆବଶ୍ୟକତା ଥିଲା, ଠିକ ସେତିକି ବେଳେ ଦଳ ଦୁଇଫାଳ ହୋଇଗଲା । ସ୍ଥିତି ଏମିତି ଯେ, ଧାରା ୩୭୦କୁ ନେଇ ଦଳର ଆଭିମୁଖ୍ୟ ଅଲଗା ଅଲଗା ହୋଇଗଲା, ରାହୁଲ ଗାନ୍ଧୀଙ୍କ ନିକଟତର କୁହାଯାଉଥିବା ଯୁବ ନେତା ରାହୁଲଙ୍କ ମତ ବିରୋଧରେ ମତ ପୋଷଣ କଲେ, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ବେଶ ସରଗରମ ହୋଇଥିଲା । ଆଉ ଏସବୁ ଭିତରେ ନୂଆ ଅଧ୍ୟକ୍ଷ ଭାବେ ଜଣେ ଆଦିବାସୀ ଚେହେରାଙ୍କୁ ଦାୟିତ୍ୱ ଦେଇ ଦଳ ପୁଣିଥରେ ଆଗକୁ ବଢିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା କରାଯାଉଛି ।

୨୦୧୪ରେ ବିପର୍ଯ୍ୟୟ, ୨୦୧୯ରେ ବିପର୍ଯ୍ୟୟ ପରେ କଂଗ୍ରେସ ରାଜନୀତିର ଭବିଷ୍ୟତ ନେଇ ଯେତେବେଳେ ପ୍ରଶ୍ନ ଉଠିଥିଲା, ଠିକ ସେତିକି ବେଳେ ଏହି ସର୍ବ ପୂରାତନ ଦଳ ନେତୃତ୍ୱ ବିହୀନ ହୋଇଗଲା । କାରଣ ଅଧ୍ୟକ୍ଷ ପଦରେ ବସିଥିବା ରାହୁଲ ଗାନ୍ଧୀ ଏହି ଦାୟି୍ତ୍ୱ ଛାଡିଦେଲେ । ବିନା ଅଧ୍ୟକ୍ଷରେ କେଇମାସ ପରେ କାଲି ବସୁଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ଚର୍ଚ୍ଚା ଅନୁସାରେ, ଦଳ ମୁକୁଲ ୱାସନିକଙ୍କୁ ଏହି ଦାୟିତ୍ୱ ଦେଇପାରେ ।

କୁହାଯାଉଛି, ଶନିବାର ବସୁଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯାଇପାରେ । ଜୁଲାଇ ୩ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଠାରୁ ଏହି ଆସନକୁ ନେଇ ଅନେକ ସଂଶୟ ଦେଖାଦେଇଥିଲା । ସୋନିଆ ଗାନ୍ଧୀଙ୍କ ପରେ ରାହୁଲ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ବେଳେ ଦଳ କିନ୍ତୁ ତାଙ୍କୁ ନେତୃତ୍ୱରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ଯାହାର ଉତରଦାୟିତ୍ୱ ରାହୁଲ ମୁଣ୍ଡାଇବା ସହ ଏହି ଗୁରୁ ଦାୟିତ୍ୱରୁ ଇସ୍ତଫା ଦେଇଥିଲେ ।

ଏବେ ନଜର ପକାନ୍ତୁ କାହିଁକି ମୁକୁଲ ୱାସନିକଙ୍କ ନାଁ ଅଧିକ ଚର୍ଚ୍ଚା କରାଯାଉଛି । ମହାରାଷ୍ଟ୍ରରୁ ଆସୁଥିବା ଏହି ନେତା ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସଂଗଠନର ଦାୟିତ୍ୱ ସମ୍ଭାଳିବା ସହ ୟୁପିଏ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଲମ୍ବା ସମୟ ଧରି ଦଳର ମହାସଚିବ ପଦରେ ମଧ୍ୟ ସେ ଅଧିଷ୍ଠିତ ଥିଲେ । କୁହାଯାଉଛି, ଗାନ୍ଧୀ ପରିବାର ସହ ୱାସନିକଙ୍କ ସଂପର୍କ ବେଶ ନିବିଡ । ବଡ କଥା ହେଉଛି, ନା ତାଙ୍କୁ ବୟସ୍କ ନେତାଙ୍କ ବର୍ଗରେ ଦେଖାଯିବ ନା ତାଙ୍କୁ ଯୁବ ନେତାଙ୍କ ବର୍ଗରେ ଦେଖାଯିବ । ଅଭିଜ୍ଞତା ଓ ଗାନ୍ଧୀ ପରିବାର ସହ ସଂପର୍କକୁ ଦେଖିଲେ ଆଉ ଆଦିବାସୀ କାର୍ଡକୁ ଯଦି କଂଗ୍ରେସ ଖେଳିବାକୁ ଚାହେଁ, ତେବେ ମୁକୁଲ ୱାସନିକ ପରବର୍ତ୍ତୀ କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ।

ସେହିଭଳି ସୁଶୀଲ କୁମାର ସିଂଧେ ମଧ୍ୟ ରେସରେ ଅଛନ୍ତି । ସେ ମଧ୍ୟ ମହାରାଷ୍ଟ୍ରରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ସେ ଗୃହମନ୍ତ୍ରୀ ଥିବା ସମୟରେ ଅଫଜଲ ଗୁରୁ ଓ କସାବକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ସିଂଧେ ମଧ୍ୟ ଗାନ୍ଧୀ ପରିବାରର ନିକଟତମ ବୋଲି କୁହାଯାଏ । ମଲିକାର୍ଜୁନ ଖଡଗେଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିଧି ଭିତରକୁ ଆସିପାରେ । କର୍ଣ୍ଣାଟକ ରାଜନୀତିର ସେ ମଧ୍ୟ ଦଳିତ ଚେହେରା । ୟୁପିଏ ସରକାରରେ ମନ୍ତ୍ରୀ ଥିବା ବେଳେ ୨୦୧୪ ରୁ ୨୦୧୯ ଯାଏଁ ଲୋକସଭାରେ କଂଗ୍ରେସ ଦଳରେ ନେତା ଥିଲେ ।

ଆଉ ଏହାରି ଭିତରେ କାହାକୁ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ମିଳିବ, ତା ଉପରେ ନଜର ରହିଛି ।

ତେବେ ଯେଉଁ ସବୁ ଦିଗକୁ ଆୟୁଧ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ, ସେସବୁ ପ୍ରସଙ୍ଗକୁ ସମାଧାନ କରିବା ଏତେ ସହଜ ହେବନାହିଁ । ଖାସ କରି ଦଳ ଯେତେବେଳେ ୩୭୦ ଧାରାକୁ ନେଇ ବିଭାଜିତ ହୋଇଛି, ସେତେବେଳେ ସବୁ ନେତାଙ୍କୁ ଏକାଠି କରିବା ଏତେ ସହଜ ହେବନାହିଁ । ସେହିଭଳି ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦଳକୁ ଏକାଠି କରିବା ମଧ୍ୟ ସହଜ ନୁହେଁ । ତେଣୁ ଯାହାକୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯିବ, ତାଙ୍କ ସାମ୍ନାରେ ସମସ୍ୟାର ପାହାଡ ନିହାତି ରହିବ । ହେଲେ ଗାନ୍ଧୀ ପରିବାରକୁ ବାଦ ଦେଇ ଯେ, ସେ କିଛି ନିଷ୍ପତି ନେଇପାରିବେ, ଏହା ଭାବିବା ଭୂଲ । ହେଲେ ସମସ୍ତଙ୍କୁ ଏକାଠି ନେଇ ଚାଲିବା କାଠିକର ପାଠ ହୋଇପାରେ ।

ଜୁଲାଇ ୩ରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇ କହିଥିଲେ, ଅଧ୍ୟକ୍ଷ ଭାବରେ ୨୦୧୯ ନିର୍ବାଚନୀ ପରାଜୟ ପାଇଁ ମୁଁ ଉତ୍ତରଦାୟୀ । ଦଳର ଭବିଷ୍ୟତ ପାଇଁ ଉତରଦାୟିତ୍ୱ ନେବା ଗୁରୁତ୍ୱପୂର୍ଣ୍ଣ । ଆଉ ଏହି କାରଣ ଯୋଗୁଁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛି । ଚାରି ପୃଷ୍ଠାର ଇସ୍ତଫାପତ୍ରରେ ରାହୁଲ ଆହୁରି ଲେଖିଥିଲେ- ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ମନୋନୀତ କରିବା ପାଇଁ ଅନେକ ସହକର୍ମୀ ମୋତେ ପରାମର୍ଶ ଦେଇଥିଲେ । କିନ୍ତୁ କିଏ ଅଧ୍ୟକ୍ଷ ହେବେ ତାହା ମୁଁ ଚୟନ କରିବା ଠିକ୍ ହେବନାହିଁ । ଇସ୍ତଫା ଦେବା ପରେ ପରେ ହିଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନୂଆ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଜାରି ରଖିବାକୁ କହିଦେଇଛି ।

୧୬ ଡିସେମ୍ବର ୨୦୧୭ରୁ ୩ ଜୁଲାଇ ୨୦୧୯ । ୧୮ ମାସ ୧୮ ଦିନ, କଂଗ୍ରେସ ଅଧ୍ୟକ୍ଷ ପଦରେ ଥିବା ବେଳେ ଅନେକ ଉତ୍ଥାନ, ପତନ ଦେଖିଛନ୍ତି ରାହୁଲ ଗାନ୍ଧୀ । ମୋଦି ଓ ବିଜେପିର ପ୍ରବଳ ଜନସମର୍ଥନ ଭିତରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପାଇଁ ବିଜୟ ଆଣି ଦେଇଥିଲେ ରାହୁଲ ଗାନ୍ଧୀ । ରାଜସ୍ତାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜିତିଥିଲା କଂଗ୍ରେସ । କର୍ଣ୍ଣାଟକରେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ବିଜେପିକୁ ଅଧା ବାଟରୁ ହିଁ ଅଟକାଇ ଦେଇଥିଲେ । ଦଳୀୟ ସଂଗଠନ ମଜବୁତ କରିବା ଦିଗରେ ଯୁବ ପିଢ଼ିଙ୍କୁ ଗୁରୁତ୍ୱ ଦେଇଥିଲେ ରାହୁଲ ।

ଏହି ସବୁ ସଫଳତା ଭିତରେ କିନ୍ତୁ ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନରେ ସୀମିତ ରହିଲା । ସ୍ଥିତି ଏମିତି ହେଲା ଯେ ଉତରପ୍ରଦେଶର ପାରମ୍ପରିକ ଆମେଠୀ ଆସନ କଂଗ୍ରେସ ହାତରୁ ଖସିଗଲା । ଏବେ କଂଗ୍ରେସର ଭବିଷ୍ୟତ କିଭଳି ଆଗକୁ ବଢିବ, ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।