ପାରଳା ଗଣଆତ୍ମହତ୍ୟା ମାମଲା : ବିଧାୟକ କେ. ସୂରିଆ .ରାଓଙ୍କ ଆଗୁଆ ଜାମିନ ଆବେଦନ

27

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବିଧାୟକଙ୍କ ଆଗୁଆ ଜାମିନ ଆବେଦନ। ଗିରଫଦାରି ଭୟରେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ପାରଳା ବିଧାୟକ କେ. ସୂରିଆ ରାଓ। ପାରଳା ଗଣଆତ୍ମହତ୍ୟା ଓ ରାଜପରିବାର ବିବାଦ ମାମଲାର ଛାନଭିନ କରୁଛି କ୍ରାଇମବ୍ରାଂଚ ଏସଆଇଟି । ପାରଳା ମହାରାଜ ଗୋପିନାଥ ଗଜପତି ନଜରବନ୍ଦୀ ଥିବା ନେଇ ଗୁଜବ ଓ ଏହା ପରବର୍ତି ପ୍ରଜାମେଳିର ମୁଖ୍ୟ ସୂତ୍ରଧର ସୂରିଆ ରାଓ ଥିଲେ ବୋଲି ଚର୍ଚ୍ଚା ହେଉଛି ।

ମହାରାଜଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ପରିବାର ରାଜାଙ୍କ ସଂପତି ହଡପ ପାଇଁ ଷଡଯନ୍ତ୍ର କରୁଥିବା କହି ଲୋକଙ୍କୁ ଉସୁକାଇବା ପଛରେ ବିଧାୟକଙ୍କ ସଂପୃକ୍ତି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି। ଏସବୁ ଭିତରେ ମହାରାଜାଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀଙ୍କ ସହ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା ପରେ ସିଧାସଳଖ ଥାନାରେ ବିଧାୟକ ସୂରିଆ ରାଓଙ୍କ ବିରୋଧରେ ମାମଲା କରିଛନ୍ତି ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର । ତେଣୁ କାଳେ ଏହି ମାମଲାରେ କ୍ରାଇମବ୍ରାଂଚ ତାଙ୍କୁ ଗିରଫ କରିପାରେ, ସେହି ଭୟରେ ଜାମିନ ଆବେଦନ କରିଛନ୍ତି ସୂରିଆ ରାଓ।