ଅପରେସନ ବ୍ଲାକ ସ୍ପଟରେ ଫିଟିଲା ୪ ବିଧାୟକଙ୍କ ମୁଖା : ଆଜି ବିଜେପିର ୧୨ ଘଂଟିଆ ଛେଣ୍ଡିପଦା ବନ୍ଦ ଡାକରା

30

ଅନୁଗୁଳ : ଅପରେସନ ବ୍ଲାକ ସ୍ପଟରେ ଖୋଲିଛି ୪ ଜଣ ବିଧାୟକଙ୍କ ଅସଲ ମୁଖା । ଶିଳ୍ପାୟନ ପାଇଁ ଟଙ୍କା ମାଗୁଥିବା ଏହି ବିଧାୟକଙ୍କ ଭିତରେ ରହିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା । ତାଙ୍କର ଇସ୍ତଫା ଓ ଗିରଫଦାରି ଦାବି କରିଛି ବିଜେପି । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ଅନୁଗୁଳ ଜିଲ୍ଲାରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ଘଟଣାରେ ଜିଲ୍ଲା ବିଜେପି ଆଜି ୧୨ ଘଂଟିଆ ଛେଣ୍ଡିପଦା ବନ୍ଦ ଡାକରା ଦେଇଛି । ଲୋକପ୍ରତିନିଧି ହୋଇ ଏଭଳି ଏକ ଡିଲ୍ କରିବା ଲୋକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି କହିଛି ବିଜେପି ।