ଚେହେରା ବଦଳାଇବେ ନବୀନ ! ଏଥର ମନ୍ତ୍ରୀମଣ୍ଡଳ ଅଦଳବଦଳରେ କରିପାରନ୍ତି ବଡ ଧରଣର ପରବର୍ତ୍ତନ

56

କନକ ବ୍ୟୁରୋ : ନବୀନ ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ପାୱାର କରିଡରରେ ହେଉଥିବା ଆଲୋଚନା ଅନୁସାରେ ଏଥର ନବୀନ ବଡ ଧରଣର ଆଖି ଦୃଶିଆ ପରିବର୍ତନ କରିପାରନ୍ତି । ନବୀନଙ୍କ ଧଳାକୁର୍ତ୍ତାରେ ପଂଚାୟତ ବିଫଳତାର ଛିଟା ପଡିବା ପରେ , ଏହାର ବଡ ପ୍ରଭାବ ମନ୍ତ୍ରୀମଣ୍ଡଳ ଉପରେ ପଡିବ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀରୁ ଫେରି ନବୀନ ଏନେଇ ଇସାରା କରିଛନ୍ତି ।

କିଏ ବିଦା ହେବେ, କିଲ ରହିବେ ? ଏବେ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି । ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେରା , ସ୍ନେହାଙ୍ଗିନୀ ଛୁରିଆ, ସୁଦାମ ମାରାଣ୍ଡି ଓ ଲାଲ୍ ବିହାରୀ ହିମିରିକା ପ୍ରମୁଖଙ୍କ ନାଁକୁ ନେଇ ଚର୍ଚ୍ଚା ବି ଆରମ୍ଭ ହେଲାଣି । ଦାମ କହିଛନ୍ତି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଏବେ ନିହାତି ଦରକାର ।

ଏହାରି ଭିତରେ ଆଉ ଏକ ବାର୍ତ୍ତା ବି ଯାଇଛି ଯେ ନବୀନ ଆଉ ପୂର୍ବ ଭଳି ନାହାଁନ୍ତି । ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ବି ନେଉନାହାଁନ୍ତି । ତେଣୁ ଏଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଏହି ବର୍ତ୍ତା ଭୁଲ୍ ବୋଲି ପ୍ରମାଣ କରିବାକୁ ପ୍ରୟାସ କରିପାରନ୍ତି ନବୀନ୍ ।