କପିଲ ବନାମ ଗୁଲାଟି ! ମଝି ଆକାଶରେ ମାତାଲ ହୋଇ ଲଢିଲେ

73

ପୁଣି ବିବାଦରେ କପିଲ ଶର୍ମା । ମଦ ପିଇ ପୁଣି କଲେ ବୋବାଲ । ସାଥୀ କଳାକାରଙ୍କ ଉପରକୁ ଉଠାଇଲେ ହାତ । ବିମାନ ଭିତରେ ବିବାଦ । ନିଜ ପ୍ରେମକୁ ନେଇ ଯେଉଁଦିନ କପିଲ ଚର୍ଚ୍ଚାରେ ଅଛନ୍ତି, ଠିକ ସେହି ଦିନ ତାଙ୍କ ଆଂଗ୍ରୀ ଅବତାର ସମସ୍ତଙ୍କୁ ଚକିତ କରିଛି । ସୁନୀଲ ଗ୍ରୋଭର ଆଉ କପିଲ ଶର୍ମାଙ୍କ ଭିତରେ ଝଗଡା । ସ୍ଥିତି ଏମିତି ଯେ କପିଲ ଶର୍ମା ଶୋ ଛାଡିବାକୁ ଗୁଥୀ ଚଳାଇଛନ୍ତି ପ୍ରସ୍ତୁତି । ଆଉ ଦେଖିବାକୁ ମିଳିବନି ଡକ୍ଟର ମସହୁର ଗୁଲାଟିଙ୍କୁ ।

ସୂଚନା ଅନୁସାରେ, ନିକଟରେ କପିଲ ଶର୍ମାଙ୍କ ପୁରା ଟିମ ଅଷ୍ଟ୍ରେଲିଆରେ ଶୋ କରି ଦିଲ୍ଲୀ ହୋଇ ମୁମ୍ବାଇ ଫେରୁଥିଲେ । ବିମାନ ଭିତରେ କିଛି ଅଧିକ ପିଇ ଦେଇଥିବା କପିଲ ଶର୍ମା ନିଜ ହୋସ୍ ହରାଇ ବସିଥିଲେ । ତାଙ୍କ ପାଖରେ ବସିଥିବା ସୁନୀଲଙ୍କ ପାଖକୁ ଯାଇ ଚିଲାଇଥିଲେ ଅଉ କହିଥିଲେ, ତୁ କିଏ ଆଉ ତୋର ପୋଜିସନ କଣ? ତୋ ନିଜ ଶୋ ଫ୍ଲଫ ହୋଇଯାଇଥିଲା, ତୁ ମୋ ଚାକର । ଅଷ୍ଟ୍ରେଲିଆରେ ଯେଉଁ ଶୋ କରିଥିଲୁ ତାହା ବି ଫ୍ଲଫ ହୋଇଥିଲା ।

ବିମାନ ଭିତରେ ବିବାଦକୁ ଦେଖି ଯାତ୍ରୀ ଫ୍ଲାଇଟକୁ ଏମରଜେନ୍ସୀ ଲାଣ୍ଡ କରାଇବାକୁ କହିଥିଲେ । ତେବେ ଅନ୍ୟ ସାଥୀ କଳାକାରଙ୍କ ହସ୍ତକ୍ଷେପ ପରେ ସ୍ଥିତି ସାମାନ୍ୟ ହୋଇଥିଲା । କୁହାଯାଉଛି, ଏହି ଘଟଣା ପରେ କପିଲଙ୍କୁ ଟ୍ୱିଟରରେ ଅନଫଲୋ କରିଥିଲେ ସୁନୀଲ, ଆଉ ଶୋ ଛାଡାବାକୁ ବି ନିଷ୍ପତ୍ତି ନେଇଛନ୍ତି । କପିଲ ଶର୍ମା ଶୋର ଅନ୍ୟ କଳାକାର ମଧ୍ୟ କପିଲଙ୍କ ବ୍ୟବହାରରେ ନାଖୁସ ଥିବା ଜଣାପଡିଛି ।