ବରଗଡରେ ସାଲେପାଲିରେ ମାତିଲେ ମାଓବାଦୀ ! ଇନଫର୍ମର ସନ୍ଦେହରେ ବ୍ୟବସାୟୀଙ୍କୁ ଅପହରଣ ପରେ ବୀଭତ୍ସ ହତ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ

24

କନକ ବ୍ୟୁରୋ: ବରଗଡରେ ମାତିଲେ ମାଓବାଦୀ । ଜିଲ୍ଲାର ସାଲେପାଲି ଗାଁରେ ବ୍ୟବସାୟୀ ବିଜୟ ସାହୁଙ୍କୁ ଅପହରଣ ପରେ ହତ୍ୟା କରିଥିବା ସୂଚନା ମିଳିଛି ।

ଖବର ଅନୁସାରେ, ଶନିବାର ପ୍ରାୟ ରାତି ସାଢେ ୮ଟା ବେଳେ କିଛି ମାଓବାଦୀ ସାଲେପାଲି ଗାଁକୁ ଆସି ବିଜୟ ସାହୁଙ୍କୁ ଅପହରଣ କରିଥିଲେ ମାଓବାଦୀ । ଏହାପରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ହତ୍ୟା କରିଥିଲେ । ଗାଁରେ ମାଓବାଦୀମାନେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିବା ବି ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି କାଣ୍ଡ କରିଥିବା କୁହାଯାଉଛିା ତେବେ ପୋଲିସ ଏ ନେଇ କୌଣସି ଠୋସ ତଥ୍ୟ ଦେଇନାହିଁ ।

ସୂଚନା ଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୭ ତାରିଖ ସାଲେପାଲି ଠାରେ ପୁଲିସ ଏନକାଉଂଟରରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ମାଓ ଗତିବିଧି ନେଇ ବିଜୟ ପୁଲିସକୁ ଆଗତୁରା ସୂଚନା ଦେଇଥିବା ଆଶଙ୍କା କରି ମାଓବାଦୀ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । କିନ୍ତୁ ଘଟଣା ସଂପର୍କରେ ପୁଲିସ ଏଯାଏଁ ମୁହଁ ଖୋଲିନାହିଁ । ଅନ୍ୟପକ୍ଷରେ ସିଆଇପିଏଫ ପକ୍ଷରୁ କମ୍ବିଂ ଆରମ୍ଭ ହୋଇଥିବା ଜଣାପଡିଛି ।